ମେ’୪ରୁ ସିବିଏସଇ ବୋର୍ଡ ପରୀକ୍ଷା
ନୂଆଦିଲ୍ଲୀ,୨ ।୨: ସିବିଏସଇ ବୋର୍ଡ ଦ୍ୱାରା ମଙ୍ଗଳବାରକୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସୂଚୀ ଜାରି ହୋଇଛି । ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ କହିଛନ୍ତି ମୋତେ ସଂପୂର୍ଣ୍ଣ ଭରଷା ଅଛି ଏବେ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରସୋର ଚଲାଇଥିବେ । ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ, ମେ ୪ ତାରିଖରୁ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ବିଦ୍ୟାର୍ଥୀଙ୍କୁ ସମୟ ମଧ୍ୟ ମିଳିଥିବ । ତେବେ ସମସ୍ତେ ସମୟର ସଦୁପଯୋଗ କରୁଥିବା ସେ ଆସା ବ୍ୟକ୍ତ କରିଛନ୍ତି । ସେମିନାରରେ ସେ କହିଥିଲେ ଯେ, ୨ ଫେବୃୟାରୀରେ ବିଦ୍ୟାର୍ଥୀଙ୍କୁ ଡେଟସିଟ ଦିଆଯିବ । ତେବେ ସେମାନେ କୌଣସି ମାନସିକ ଚାପରେ ନରହି ଭଲଭାବରେ ପ୍ରସ୍ତୁତି କରନ୍ତୁ ବୋଲି ସେ କହିଛନ୍ତି ।
ତେବେ ଆସନ୍ତା ମେ’ ୪ରୁ ହେବ ସିବିଏସଇ ପରୀକ୍ଷା । ମେ’ ୪ରୁ ଜୁନ୍ ୧୧ ଯାଏଁ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ।
Comments are closed.