ଆରମ୍ଭ ହେବ ୟୁଜି, ପିଜି କ୍ଲାସ, ଜାଣନ୍ତୁ କେବେ ?

ଭୁବନେଶ୍ୱର,୨ ।୨: କଲେଝ ପଢୁଆ ଯୁବକ, ଯୁବତୀମାନଙ୍କ ପାଇଁ ଆସିଛି ଖୁସି ଖବର । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବାକୁ ଯାଉଛି ପିଜି ପାର୍ଟ-୧ କ୍ଲାସ । ୟୁଜି ଦ୍ୱିତୀୟ ବର୍ଷ ପାଠପଢା ମଧ୍ୟ ୧୦ ତାରିଖରୁ ଆରମ୍ଭ ହେବ । କ୍ଲାସ ଆରମ୍ଭ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ । ୧୦ରୁ କ୍ଲାସ ଆରମ୍ଭ ହେବାର ଥିବାରୁ ୮ରେ ହଷ୍ଟେଲ ଖୋଲିଯିବ । କୋଭିଡ ଗାଇଡଲାଇନ୍ ଅନୁସାରେ କ୍ଲାସ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ୟୁଜି ୩ୟ ସେମିଷ୍ଟାର ଓ ୫ମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହେବ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ଯାଏ ପରୀକ୍ଷା ଚାଲିବ । ମେ’ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ୍ ୭ରୁ ଜୁନ୍ ୧୯ ଯାଏ ଚାଲିବ । ପିଜି ପ୍ରଥମ ସେମିଷ୍ଟାର ରେଜଲ୍ଟ ଜୁଲାଇ ୨୦ ସୁଦ୍ଧା ପ୍ରକାଶ ପାଇବ ।

Comments are closed.