ପୁଣି ଲେଉଟିଲା ଶୀତ: ୧୦ ଡିଗ୍ରୀ ତଳେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର, ୨ା୨ : ପାରଦ କମୁଛି, ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ ବଢ଼ିବାରେ ଲାଗିଛି । କିଛିଦିନର ନିରବତା ପରେ ପୁଣି ଫେରିଛି ଶୀତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ।

୪.୫ ଡିଗ୍ରୀ ସହ ଜି. ଉଦୟଗିରି ଓ ଫୁଲବାଣୀ ରାଜ୍ୟର ଶୀତଳ ସହର ହୋଇଛି । ସେହିପରି ଦାରିଙ୍ଗବାଡ଼ି ୭.୫, ବଲାଙ୍ଗିର ୭.୮, ଅନୁଗୁଳ ୯.୬ ଡିଗ୍ରୀ, କେନ୍ଦୁଝର ଓ ଝାରସୁଗୁଡ଼ା ୮.୨ ଡିଗ୍ରୀ ଲେଖାଏଁ, ବାରିପଦା ୯.୬, ଭବାନୀପାଟଣା ୮.୫, ସୋନପୁର ୯.୫ ଡିଗ୍ରୀ, କଟକ ୧୧.୮, ଭୁବନେଶ୍ୱର ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଫେବୃଆରୀ ମାସ ୩ ତାରିଖ ସକାଳ ପର୍ଯ୍ୟନ୍ତ ଶୀତଳ ଲହରୀ ଆଶଙ୍କା ଥିବାରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଥିଲା । ଏଥିପାଇଁ ଆଜି ସକାଳ ଯାଏ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା ।

Comments are closed.