ଧନତେରସ କାହିଁକି ପାଳନ କରାଯାଏ
ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ର ସମୟ ରେ କାର୍ତିକ ମାସର କୃଷ୍ଣ ପକ୍ଷ ର ତ୍ରୋୟଦଶୀ ରେ ଭଗବାନ ଧନ୍ଵନ୍ତରୀ ହାତ ରେ ଅମୃତ କଳସ ନେଇ ସମୁଦ୍ର ରୁ ପ୍ରକଟ ହୋଇ ଥିଲେ । ଭଗବାନ ଧନ୍ଵନ୍ତରୀ ଙ୍କୁ ଭଗବାନ ବିଷ୍ଣୁ ଙ୍କ ଅବତାର ବୋଲି ମାନନ୍ତି। ଭଗବାନ ଧନ୍ଵନ୍ତରୀ ଙ୍କ ପ୍ରକଟ ହେବାର ଉପଲକ୍ଷେ ହିଁ ହିନ୍ଦୁ ଧର୍ମ ରେ ଧନତେରସ ର ଉତ୍ସବ ପାଳନ କରା ଯାଏ । ଏଇ ପର୍ବ ଟଙ୍କା-ପଇସା / ଧନ ତଥା ସ୍ୱାସ୍ଥ୍ୟ ର ସହିତ ମଧ୍ୟ ଜଡିତ । ଧାନତେରସ ରେ ଟଙ୍କା-ପଇସା / ଧନ ପାଇଁ କୁବେର ଙ୍କୁ ପୂଜା କରା ଯାଏ, ମା ଲକ୍ଷ୍ମୀ ଙ୍କୁ ପୂଜା କରା ଯାଏ, ଆଉ ଆରୋଗ୍ୟ ପାଇଁ ଧନ୍ଵନ୍ତରୀଙ୍କ ପୂଜା କରା ଯାଏ ।ଏଇ ଦିନ ମୂଲ୍ୟବାନ ଧାତୁ, ନୂଆ ବାସନ, ଆଉ ଆଭୁଷଣ ଇତ୍ୟାଦି କିଣି ବାର ବିଧାନ / ନିୟମ ଅଛି ।
ଧନତେରସ ର ଦିନ ବାହନ, ଘର, ସମ୍ପତି, ସୁନା,ରୂପା, ବାସନ, ଲୁଗା – ପଟା, ଧନିଆ, ଝାଡୁ ଇତ୍ୟାଦି କିଣି ବାର ମହତ୍ଵ ଅଛି । ଏଇ ଦିନ ସମସ୍ତେ ଶୁଭ ମୁହୂର୍ତ ରେ ଏଇ ସବୁ ଜିନିଷ କିଣନ୍ତି । ଧନତେରସ ର ଦିନ ଜମରାଜା ଙ୍କୁ ମଧ୍ୟ ରାତିରେ ପୂଜା କରା ଯାଏ । ଅକାଳ ରେ ଘରର ଲୋକଙ୍କ ମୃତ୍ୟୁ ନ ହେଉ । ସେଥି ପାଇଁ ଜମରାଜା ଙ୍କ ପାଇଁ ଦୀପ ଜଳେଇ ଦିଆ ଯାଏ ।
Comments are closed.