ଧନତେରସ ଦିନ ଏହି ସବୁ ଜିନିଷ କରନ୍ତୁ ଦାନ

ଆମ ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଧନତେରସ କିଛି ବିଶେଷ ମହତ୍ତ୍ଵ ରହିଛି । ଧନତେରସ ଦିନ କିଣାକିଣି କରିବା ଶୁଭ ହୋଇଥାଏ। ଏହି ଦିନ ସୁନା, ରୁପା, ବାସନ, କପଡା, ପୂଜା ସାମଗ୍ରୀ ଆଦି କିଣିବା ଶୁଭ। କିନ୍ତୁ ଶୁଭ ମୁହୂର୍ତ୍ତରେ କିଣାକିଣି କରିବା ଅତ୍ୟନ୍ତ ଶୁଭ ହୋଇଥାଏ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରସ ପାଳନ କରାଯାଏ।

ଏହି ଦିନ କେବଳ କିଣାକିଣି ହିଁ ଶୁଭ ହୋଇନଥାଏ। ଏହି ଦିନ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଦାନ କଲେ ଘରେ ଧନର ଅଭାବ ରହେନାହିଁ। ଏହାସହ ବାଧା ବିଘ୍ନ ମଧ୍ୟ ଦୂର ହୋଇଥାଏ। ଧନତେରସ ଦିନ ଏହିସବୁ ଜିନିଷ ଦାନ କରିବା ଶୁଭ ହୋଇଥାଏ। ଜାଣନ୍ତୁ କଣ କଣ ଦାନ କରିପାରିବେ…

ଶସ୍ୟ: ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ତ୍ୱ ରହିଛି ଏବଂ ବିଶେଷ ଅବସରରେ ଦାନ କଲେ ତାର ମହତ୍ତ୍ୱ ଆହୁରି ବଢି ଯାଇଥାଏ। ଆଜିର ଦିନ ଶସ୍ୟ ଦାନ କରିବାକୁ କୁହାଯାଇଥାଏ। ଏହି ଦିନ ଅନ୍ନ ଦାନ କଲେ ଘରର ଅନ୍ନ ଭଣ୍ଡାର ସବୁବେଳେ ଭର୍ତ୍ତି ରହେ। ଅନ୍ନ ଦାନ ଛଡା ଅଭାବୀଙ୍କୁ ଭୋଜନ ମଧ୍ୟ ଦେଇପାରିବେ। ଭୋଜନ ଦେବା ପରେ ଦକ୍ଷିଣା ଦେବା ମଧ୍ୟ ଶୁଭ ହୋଇଥାଏ।

ଲୁହା: ଧନତେରସ ଦିନ ଲୁହା ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଆଜିର ଦିନରେ ଲୁହା ଦାନ କଲେ ଜୀବନରେ ଚାଲିଥବା ସମସ୍ୟାରୁ ମୁକ୍ତି ମିଳିବ ସହ ଅଟକି ରହିଥିବା କାମ ମଧ୍ୟ ପୁରା ହୋଇଥାଏ।

ବସ୍ତ୍ର: ଧନତେରସ ଦିନ ବସ୍ତ୍ର ଦାନ କରିବା ମଧ୍ୟ ଶୁଭ ହୋଇଥାଏ। କୌଣସି ଅଭାବୀ ଓ ଗରିବଙ୍କୁ ବସ୍ତ୍ର ଦାନ କରିବା ଉଚିତ। ଏହାଦ୍ୱାରା ଘରେ ଧନର ଅଭାବ ରହେ ନାହିଁ। ବସ୍ତ୍ର ଦାନ କରିବା ଦ୍ୱାରା ଋଣରୁ ମଧ୍ୟ ମୁକ୍ତି ମିଳିଥାଏ।

ଝାଡୁ: ଧନତେରସ ଦିନ ଝାଡୁ କିଣିବା ଶୁଭ ହୋଇଥାଏ। ଠିକ୍ ସେହିଭଳି ଝାଡୁ ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଏହି ଦିନ ଝାଡୁ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି ଦିନ କୌଣସି ମନ୍ଦିର କିମ୍ବା କୌଣସି ଗରିବ ଲୋକଙ୍କୁ ଝାଡୁ ଦାନ କଲେ ଧନ ସମ୍ପତ୍ତି ଅଭାବ ହୁଏନାହିଁ।

Comments are closed.