ଧନତେରସ ଦିନ ଭୁଲରେ ବି ଘରକୁ ଅନାନ୍ତୁ ନାହିଁ ଏହି ସବୁ ଜିନିଷ

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶିରେ ଧନତେରସ ପାଳନ କରାଯାଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଧନତେରସ ପାଳନ କରାଯାଏ। ଏହିଦିନ ଧନ୍ୱନ୍ତ୍ରରୀଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଏହାକୁ ଧନତେରସ କୁହାଯାଏ। ଏହିଦିନ ମା’ଲକ୍ଷ୍ମୀ ଓ କୁବେରଙ୍କର ବି ପୂଜା କରାଯାଏ। ଏପରି କଲେ ଘରେ ଅଭାବ ରୁହେନାହିଁ ବୋଲି ବିଶ୍ୱାସ ରହିଛି।

ଲୋକମାନେ ନିଜ ନିଜ ପସନ୍ଦରେ ନାନା ଜିନିଷ କିଣିଥାନ୍ତି । ହେଲେ ଆପଣ ଜାଣନ୍ତି କି ଏହି ଦିନ କେଉଁ ବସ୍ତୁ କିଣିବା ଶୁଭ ଓ କେଉଁ ବସ୍ତୁ ଅଶୁଭ ହୋଇଥାଏ? ତେବେ ଆଜି ଆମେ କିଛି ଏମିତି ବସ୍ତୁ ବିଷୟରେ କହିବୁ ଯାହାକୁ ଭୁଲରେ ବି ଧନତେରସରେ କିଣିବା କଥା ନୁହେଁ। କାରଣ ଏହାକୁ କିଣିଲେ ଘରେ ଶୁଖ ଶାନ୍ତି ଧନ ସମ୍ପତ୍ତି ସବୁକିଛି ନଷ୍ଟ ହୋଇଯାଏ। ଆଉ ଘରେ ଦରିଦ୍ରତା ଦେଖାଦିଏ।

ଷ୍ଟିଲ ଏବଂ ଆଲୁମିନିୟମ: ଆଜିର ଦିନରେ ଧନତେରସ ସମୟରେ କୌଣସି ନୂଆ ଵସ୍ତୁ କିଣିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ସେହି ବସ୍ତୁ କାଳେ ଷ୍ଟିଲ ଏବଂ ଆଲୁମିନିୟମର ତ ନୁହେଁ। କାରଣ ଷ୍ଟିଲ ଏବଂ ଆଲୁମିନିୟମରେ ପ୍ରସ୍ତୁତ ବସ୍ତୁ କିଣିବା ଦ୍ଵାରା ଘରର ଲଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି ଏହା ପରେ ଘରେ ଦାରିଦ୍ରତାର ବାସ ହୋଇଯାଇଥାଏ। ଆଲୁମିନିୟମରେ ରାହୁର ବାସ ହୋଇଥାଏ। ତେଣୁ ଏହାକୁ ଅଶୁଭ ମାନାଯାଇଛି।

ଲୁହା: ଜ୍ୟୋତିଷରେ ଲୁହାକୁ ଶନିର କାରକ ମାନାଯାଇଛି। ତେଣୁ ଏହି ଶୁଭ ଦିନରେ ଲୁହା ବସ୍ତୁ ଘରକୁ ଆଣିବା ଅଶୁଭ ମାନାଯାଇଛି । ମାନ୍ୟତା ଅଛି କି ଧନତେରସ ଦିନରେ ଏହି ବସ୍ତୁ କିଣିବା ଦ୍ଵାରା ଦୃଭାଗ୍ୟ ଆସିଥାଏ।

ପ୍ଲାଷ୍ଟିକ: ଧନତେରସ ଦିନରେ ପ୍ଲାଷ୍ଟିକ ବସ୍ତୁ କିଣିବା ବି ଅଶୁଭ ମାନାଯାଇଛି କାରଣ ସ୍ୱାସ୍ଥ୍ୟରେ ପ୍ରଭାବ ପକାଇଥାଏ।

କାଚ: ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନରେ କାଚରେ ତିଆରି କୌଣସି ବସ୍ତୁ କିଣିବା ଭଲ ନୁହେଁ କାରଣ କାଚର ସମ୍ବନ୍ଧ ରାହୁ ସହ ଅଛି । ଏହା ଦ୍ଵାରା ଘରକୁ ଦାରିଦ୍ରତା ଆସିଥାଏ।

ଚିନାମାଟି ତିଆରି ବସ୍ତୁ: ଧନତେରସରେ ଚିନାମିଟି ତିଆରି ଜିନିଷ ଆଦୌ କିଣିବା ଉଚତିତ ନୁହେଁ । କାରଣ ଏହିଦିନ ଏସବୁ ବସ୍ତୁ କିଣବା ଅତ୍ୟନ୍ତ ଅଶୁଭ ହୋଇଥାଏ । ବାସ୍ତବରେ ଏହିମାଟିରେ ପ୍ରସ୍ତୁତ ଜିନିଷ ଘରେ ଅଧିକ ଦିନ ରହିନଥାଏ ଏହା ଦ୍ଵାରା ଘରେ ସୁଖ ଶାନ୍ତି ଭଙ୍ଗ ହେବା ସହ ଅଭାବ ଅନଟନ ଦେଖାଦେଇଥାଏ ।

Comments are closed.