ଜନତା କର୍ଫ୍ୟୁକୁ ସଫଲ କରିବା ପାଇଁ ସମ୍ବଲପୁରରେ ଚାଲିଛି ପ୍ରସ୍ତୁତି
ସାରା ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ କାୟାବିସ୍ତାର କରିସାରିଥିବା କରୋନା ପାଇଁ ଜନଜାଗରଣ ଉଦ୍ଦେଶ୍ୟରେ ଆସନ୍ତା ୨୨ ତାରିଖ ରବିବାର ଦିନ ଜନତା କର୍ଫ୍ୟୁ ସମସ୍ତେ ପାଲନ କରିବାକୁ ଆହ୍ନାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ବଲପୁର ସହରର ବହୁ ଅନୁଷ୍ଟାନ ଓ ରାଜନୈତିକ ଦଳ ଆଗକୁ ଆସି ଲୋକଙ୍କୁ ଏନେଇ ସଚେତନ ମଧ୍ୟ କରୁଛନ୍ତି । ଏହା ସହ ରବିବାର ଦିନ ଲୋକେ ଯେଭଲି ଜନତା କର୍ଫ୍ୟୁରେ ସତ ପ୍ରତିଶତ ସାମିଲ ହୋଇପାରିବେ ସେନେଇ ବିଶେଷ ସଚେତନତା ଅଭିଯାନ ସହରରେ କରାଯାଉଥିବା ଦେଖିବାକୁ ମିଲିଥିଲା।
Comments are closed.