କରୋନା କବ୍ଜାରେ ବଲିଉଡର ‘ବେବି ଡଲ’ ସିଙ୍ଗର କନିକା କପୁର

କରୋନା କବ୍ଜାରେ ବଲିଉଡର ‘ବେବି ଡଲ’ ସିଙ୍ଗର କନିକା କପୁର । କନିକାଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ପଜିଟିଭ୍ ଆସିବା ନେଇ ସେ ନିଜ ଇନଷ୍ଟାଗ୍ରାମ କରି କହିଛନ୍ତି । ତାଙ୍କ ନମୁନାରେ କରୋନା ଭୂତାଣୁ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ଆଇସୋଲେଶନ ଓ୍ୱାର୍ଡରେ ରଖାଯାଇଛି । ସେ ଗତ ୧୫ ମାର୍ଚ୍ଚରେ ଲଣ୍ଡନରୁ ଭାରତ ଫେରିଥିଲେ । ତେବେ କନିକା ହେଉଛନ୍ତି ପ୍ରଥମ ବଲିଉଡ୍ ତାରକା ଯିିଏ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ । ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିଜ ସଂକ୍ରମଣ ବାବଦରେ କନିକା ତଥ୍ୟ ଲୁଚାଇଥିଲେ ଏବଂ ସହରର ଏକ ବଡ଼ ହୋଟେଲରେ ସେ ରହୁଥିଲେ। ଏପରି କି ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମଧ୍ୟ ଏକ ପଞ୍ଚ ତାରକା ହୋଟେଲ୍‌ରେ ଡିନର୍ ପାର୍ଟି ଦେଇଥିଲେ । ଏହି ପାର୍ଟିରେ ୩୦୦ରୁ ଅଧିକ ଲୋକ ଯୋଗ ଦେଇଥିବା ବେଳେ ଅନେକ ନେତାମାନଟି ମଧ୍ୟ ଥିବା ସୂଚନା ମିଳିଛି । ଆଜି ଉତ୍ତର ପ୍ରଦେଶରେ ୪ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରେ କନିକା କପୁର ରହିଥିବା ପରବର୍ତ୍ତି ସମୟରେ ସ୍ପଷ୍ଟ ହୋଇଛି ।

Comments are closed.