ସମ୍ବଲପୁରରେ କରୋନା ପାଇଁ ଧର୍ମାନୁଷ୍ଟାନରେ କଟକଣା

ସମ୍ବଲପୁର, ତୁଷବନ୍ତ ଯୋଶୀ ଏବଂ ନବୀନ ଦାଶ : କରୋନା ସଂକ୍ରମଣକୁ ଦୄଷ୍ଟିରେ ରଖି ଜିଲ୍ଲା ପ୍ରସାସନ ତରଫରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଟାନ ମାନଙ୍କ ଉପରେ କଟକଣା ଲାଗୁ କରାଯାଇଛି । ଏହି କଟକଣାଟି ଶୁକ୍ରବାର ଦିନରୁ ମାଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବା ପରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଟାନ ଗୁଡିକୁ ବନ୍ଦ କରାଯାଇଛି । ପୁଜକ ଅଥବା ଧର୍ମ ଗୁରୁ ମାନେ ହି କେବଲ ଧର୍ମାନୁଷ୍ଟାନ ରେ ପ୍ରବେଶ କରିପାରିବେ ବୋଲି ଜିଲ୍ଲାପାଳଙ୍କ କାଯ୍ୟାଲୟରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଵୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ହିନ୍ଦୁ, ମୁସଲିମ, ସିଖ ଧର୍ମଗୁରୁ ମାନଙ୍କ ସହ ସହରର ମନ୍ଦିର, ମସଜିଦ,ଚର୍ଚ୍ଚ, ଗୁରୁଦ୍ୱାରା କମିଟିର ସଭ୍ୟମାନେ ଯୋଗଦେଇଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରସାସନ ପକ୍ଷରୁ କୋଣଷି ଧର୍ମାନୁଷ୍ଟାନରେ ଭିଡକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁହାଯାଇଛି । ତେବେ ପ୍ରସାସନର କଟକଣା ପରେ ସମ୍ବଲପୁରର ଅଧିଷ୍ଟାତ୍ରି ଦେବି ମାଁ ସମଲେଶ୍ବରୀ ଦେବିଙ୍କ ମନ୍ଦିର ଵନ୍ଦ କରାଯାଇଛି । ଏହା ସହ ପ୍ରସାସନିକ ନିଷ୍ପତ୍ତି ପରେ ମାନେଶ୍ୱର, ହୁମା ସମେତ ବିଭିନ୍ନ ମନ୍ଦିରକୁ ଵନ୍ଦ ରଖାଯାଇଛି । ଅପରପକ୍ଷରେ ପ୍ରସାସନ କଟକଣା ପରେ ସହରରେ ଥିବା ସମସ୍ତ ଚଚ୍ଚ,ମସଜିଦ ଓ ଗୁରୁଦ୍ୱାରାକୁ ମଧ୍ୟ ଵନ୍ଦ ରଖାଯାଇଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନର ମହାମାରି କରୋଣା ସଂକ୍ରମଣ ନହେବାପାଇଁ ଧର୍ମାନୁଷ୍ଟାନ ଉପରେ କଟକଣା ଲାଗୁ କରାଯାଇ ବନ୍ଦ କରାଯିବା ନିଷ୍ପତ୍ତିକୁ ସାଧାରଣରେ ସ୍ୱ।ଗତ କରାଯାଇଛି ।

Comments are closed.