ମ୍ୟାଡ଼ାମଙ୍କ କରାମତି : ଚାକିରି କରାଇଦେବା ନାଁରେ ଟଙ୍କା ଲୁଟ୍

ଚାକିରି କରାଇଦେବା ନାଁରେ ହଜାର ହଜାର ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ଗିରଫ କରିଛି ପୁରୀ ଅସ୍ତରଙ୍ଗ ପୋଲିସ୍ । ମହିଳାଙ୍କ ନାଁ ଦିବ୍ୟା ଭାରତୀ ଜେନା ହୋଇଥିବା ବେଳେ ତାଙ୍କର ଆଉ ଜଣେ ସହଯୋଗୀ ଫେରାର୍ ଅଛନ୍ତି । ପ୍ରକାଶ ଯେ, ଅସ୍ତରଙ୍ଗ ବାଲିଡିହି ଗାଁର ଦୁଇ ଜଣ ଝିଅଙ୍କୁ ଚାକିରି କରାଇ ଦେବାକୁ କହି ସେମାନଙ୍କ ପାଖରୁ ୨୦ ହଜାର ଟଙ୍କା ସହ ସବୁ ସାର୍ଟିଫିକେଟ ନେଇଯାଇଥିବା ଅଭିଯୋଗ ହେବାପରେ ପୋଲିସ ଦିବ୍ୟାଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

Comments are closed.