ସୁନାଚେନ୍ ପାଇଁ ବଧୂକୁ ମାରିବା ଉଦ୍ୟମ: ବନ୍ଧା ହେଲେ ଶଶୂର
ସମାଜ ଯେତେ ଆଗକୁ ଗଲେ ମଧ୍ୟ କେଉଁଠି ନା କେଉଁଠି ଯୌତୁକ ପାଇଁ ବଧୂ ନିର୍ଯ୍ୟାତନା ଘଟି ଚାଲିଛି । ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଚିଲାପଦା ଗ୍ରାମରେ ଆଜି ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ସଂପୃକ୍ତ ଗ୍ରାମର ବାଞ୍ଝାନିଧି ଦାସଙ୍କ ପୁଅ ମୁକ୍ତିକାନ୍ତ ଦାସ ସୁଇଟସମ୍ପା ନାମକ ଯୁବତୀଙ୍କୁ ବିବାହ କରିଥିଲେ । ଝିଅଘର ପକ୍ଷରୁ ବିବାହରେ ଅନେକ ଅଳଙ୍କାର ଦେଇଥିଲାବେଳେ ଜ୍ୱାଇଁଙ୍କୁ କେବଳ ସୁନାଚେନ୍ ଦେଇନଥିଲେ । ଯେଉଁଥିପାଇଁ ପ୍ରତିଦିନ ଶାଶୂଘର ଲୋକେ ବଧୂକୁ ନିର୍ଯ୍ୟାତନା ଦେଉଥିଲେ । ଆଜି ସକାଳେ ସୁଇଟସମ୍ପାଙ୍କ ଶାଶୁଶ୍ୱଶୂର, ନଣନ୍ଦ ଏବଂ ସ୍ବାମୀ ଏକାଠି ହୋଇ ତାଙ୍କୁ କିରୋସିନ ଢାଳି ମାରି ଦେବାକୁ ଉଦ୍ୟମ କରିଥିଲେ ,ଯେଉଁଥିରୁ ଅଳ୍ପକେ ବଞ୍ଚିଯାଇଛି ବଧୂ । ଘଟଣାପରେ ପଡୋଶୀମାନେ ବଧୂଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହିତ ପୋଲିସରେ ଖବର ଦେଇଥିଲେ । ଏନେଇ ଶଶୂରଙ୍କୁ ଗିରଫ କରାଯାଇଥିବାବେଳେ ଘରର ଅନ୍ୟମାନେ ଫେରାର ଅଛନ୍ତି ।
Comments are closed.