କରୁଣାନିଧିଙ୍କ ସମାଧି ପାଇଁ ମିଳିଲା ଅନୁମତି

ଗତକାଲି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କର ଦେହାନ୍ତ ଘଟିଛି । ଯାହାଦ୍ୱାରା ତାମିଲନାଡୁରେ ଶୋକର ଛାୟା ଖେଳି ଯାଇଥିବାବେଳେ ଆଜି ଦିନକ ପାଇଁ ତାମିଲନାଡୁ ବନ୍ଦ ରହିଛି । କରୁଣାନିଧିଙ୍କର ସମାଧିକୁ ମାରିନା ସ୍ଥିତ ସମୂଦ୍ରତଟରେ ବନେଇବା ପାଇଁ ଡିଏମକେ ଦଳ ଓ ଜନତାଙ୍କ ପକ୍ଷରୁ ଦାବୀ କରୁଥିବାବେଳେ କୋର୍ଟ ଏହାକୁ ମଞ୍ଜୁରୀ ଦେଉନଥିଲା । ପୂର୍ବରୁ ଅନେକ ରାଜନେତା ଯେପରି ସିଏନ୍‌ ଅନ୍ନାଦୁରାଇ, ଏମ୍‌ଜି ରାମଚନ୍ଦ୍ରନ୍‌ ଏବଂ ଜେ ଜୟଲଳିତା ଆଦି ମୁଖ୍ୟମନ୍ତ୍ରୀଙ୍କ ସମାଧିସ୍ଥଳ ମେରିନା ବିଚ୍‌ରେ ଥିବାବେଳେ କରୁଣାନିଧିଙ୍କ ସମାଧି କରିବାକୁ ମନା କରିବାରୁ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ହାରମାନି ମାର୍ଡ୍ରାସ କୋର୍ଟ କରୁଣାନିଧିଙ୍କର ସମାଧି ତିଆରି ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Comments are closed.