ଅତ୍ୟଧିକ green tee ମଧ୍ୟ ଆପଣଙ୍କ ଶରୀର ପାଇଁ କ୍ଷତିକାରକ, ଜାଣନ୍ତୁ କିପରି ?

ଓଜନ କମେଇବା ପାଇଁ ହେଉ କି ଷ୍ଟାଇଲ ମେଣ୍ଟେନ କରିବା ପାଇଁ ସମସ୍ତେ ଗ୍ରୀନ ଟିକୁ ପାନୀୟ ଭାବେ ଗ୍ରହଣ କରିଥାନ୍ତି । ଏହାକୁ ଏକ ଉପାଦେୟ ହର୍ବାଲ୍ ପାନୀୟ ଭାବେ ଗଣନା କରାଯାଏ। ପରନ୍ତୁ ଆପଣ ଜାଣନ୍ତି କି ଏହାର ଅତ୍ୟଧିକ ସେବନ ବି ଆପଣଙ୍କ ଶରୀରକୁ ହାନି ପହଞ୍ଚାଇପାରେ । ଯଦି ଏବିଷୟରେ ଆପଣ ଅଧିକ ତଥ୍ୟ ଜାଣିବା ପାଇଁ ଚାହାନ୍ତି ତେବେ ପଢନ୍ତୁ …

  • ଗୋଟିଏ ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ ଟି ପିଇଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ।  ଗ୍ରୀନ ଟିରେ ଟୋନିନ୍ସ ନାମକ ଏକ ତତ୍ତ୍ୱ ରହିଛି। ତେଣୁ ଅଧିକମାତ୍ରାରେ ଗ୍ରୀନ ଟି ପିଇଲେ ମୁଣ୍ଡ ବିନ୍ଧେ, ପେଟ ଦରଜ ହୁଏ, ଏସିଡିଟି ଓ ଝାଡ଼ାବାନ୍ତି ସହିତ କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ ।
  • ହୃତ୍‌ପିଣ୍ଡ ପାଇଁ ଭଲ ନୁହେଁ ମାତ୍ରାଧିକ ଗ୍ରୀନ ଟି ସେବନ । ଅଧିକ ଗ୍ରୀନ୍ ଟି ପିଇଲେ ହୃତ୍‌ପିଣ୍ଡ ସହିତ ଜଡ଼ିତ ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।
  • ଗର୍ଭବତୀ ମହିଳାମାନଙ୍କୁ ଗ୍ରୀନ ଟି ନ ପିଇବା ପାଇଁ ପରାମର୍ଶ ଦିଆଯାଏ। କାରଣ ଏହା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ।
  • ଖାଲି ପେଟରେ ଗ୍ରୀନ ଟି ପିଇବା ଅଧିକ ବିପଦ । ଅଧିକ ମାତ୍ରାରେ ଗ୍ରୀନ ଟି ପିଇଲେ ରାତିରେ ନିଦ ହୁଏ ନାହିଁ । ରାତିରେ ଭଲ ନିଦ ନ ହେଲେ ଅନ୍ୟ ରୋଗ ହେବାର ଆଶଙ୍କା ବଢ଼ି ଯାଏ ।

Comments are closed.