ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କର ଦେହାନ୍ତ

ପୂର୍ବରୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ କରୁଣାନିଧିଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାବେଳେ ଆଜି ସନ୍ଧ୍ୟା ୬ଟା ୧୦ ରେ ଦେହାନ୍ତ ଘଟିଛି । ମୃତ୍ୟୁ ସମୟରେ କରୁଣାନିଧିଙ୍କୁ ୯୪ ବର୍ଷ ହୋଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ ଗତ ଜୁଲାଇ ୨୬ରୁ ଚେନ୍ନାଇସ୍ଥିତ କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିବାବେଳେ ମୃତ୍ୟୁକୁ ନେଇ ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ସାରା ରାଜ୍ୟରେ ଏନେଇ ଦୁଃଖ ପ୍ରକାଶ କରୁଥିବାବେଳେ ୭ଦିନ ଧରି ରାଜକୀୟ ଶୋକ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି ।

Comments are closed.