ହରିବଂଶକୁ ସମର୍ଥନ କରିବେ କି ନବିନ ?

ଆସନ୍ତା ୯ ତାରିଖରେ ହେବାକୁ ଯାଉଛି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନୀ, ଯାହାକୁ ଘୋଷଣା କରିଛନ୍ତି ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ସେଥିପାଇଁ ଆଜି ବିହାରର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ଜେଡିୟୁ ଏମପି ହରିବଂଶ ନାରାୟଣଙ୍କୁ ନିର୍ବାଚନରେ ସମର୍ଥନ କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ପୂର୍ବରୁ ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ୟ୍ୟ ପ୍ରାର୍ଥୀ ହେବେ ବୋଲି ଖବର ଆସିଥିଲା । ଏନେଇ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବିନ କାହାକୁ ସର୍ମଥନ କରିବେ ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି ?

Comments are closed.