ଛାତ୍ରୀ ମୃତ୍ୟୁକୁ ନେଇ ବଲାଙ୍ଗୀର ଜିଲ୍ଲାରେ ଅସନ୍ତୋଷ

ଭଦ୍ରକ ଘଟଣାର ଭୟାବହତା ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ସକାଳେ ବଲାଙ୍ଗୀର ଜିଲ୍ଲାରେ ଏହାର ପୁର୍ନରାବୃତି ହୋଇଛି । ଗାନ୍ଧୀନଗରପଡା ଲକ୍ଷ୍ମୀଜୋର ଜାତୀୟ ରାଜପଥରେ ଜଣେ ଛାତ୍ରୀଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି । ଏହାକୁ ନେଇ ବଲାଙ୍ଗୀର ସହରରେ ଉତ୍ତେଜନା ଲାଗି ରହିଛି । ଛାତ୍ରୀଙ୍କ ନାମ ମିଲି ନାୟକ ଓ ସେ ବଲାଙ୍ଗୀର କଲେଜର ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣା ପଡିଛି । ଆଜି ସକାଳେ ସାଇକେଲରେ କଲେଜ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥଲା । ଫଳରେ ଗୁରୁତର ଅବସ୍ଥାରେ ମିଲିଙ୍କୁ ମେଡିକାଲ ନିଆଯଆଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଛାତ୍ରୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହ ଜାତୀୟ ରାଜପଥରେ ବାଇପାସ୍ ନିର୍ମାଣ ଦାବିରେ ଛାତ୍ରଛାତ୍ରୀ ଓ ସ୍ଥାନୀୟଲୋକେ ରାସ୍ତାରୋକ କରିଛନ୍ତି । ଆସନ୍ତାକାଲି ଏବିଭିପି ଛାତ୍ର ସଂଗଠନ ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବାକୁ ନେଇ ଆହ୍ୱାନ କରାଯାଇଛି ।

Comments are closed.