ବଢ଼ିଲା କୋଣାର୍କ ମନ୍ଦିରର ପ୍ରବେଶ ଟିକେଟ ମୂଲ୍ୟ : ପର୍ଯ୍ୟଟକ ଅସନ୍ତୁଷ୍ଟ

କୋର୍ଣାକ ମନ୍ଦିର ଭିତରକୁ ଯିବା ପାଇଁ ପ୍ରବେଶ ଟିକେଟର ମୂଲ୍ୟ ଏବେ ବୃଦ୍ଧି ପାଇଛି । ଆଗରୁ ମନ୍ଦିର ଭିତରକୁ ଯିବା ପାଇଁ  ୩୦ଟଙ୍କା ଓ ବିଦେଶୀ ପର୍ଯ୍ୟଟକମାନେ ୩୦୦ଟଙ୍କା ଦେଉଥିଲେ । କିନ୍ତୁ ଏବେ ତାହା ବଢାଇ ୪୦ଟଙ୍କା ଓ ୪୦୦ଟଙ୍କା କରିଦିଆଯାଇଛି । ଏଏସ୍ଆଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ବେଳେ, ପ୍ରବେଶ ଦର ବୃଦ୍ଧିକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାବ୍ୟତୀତ ମନ୍ଦିରରେ ଥିବା ଟିକେଟ କାଉଣ୍ଟରରେ ବହୁପର୍ଯ୍ୟଟକ ଏହାକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।

Comments are closed.