ଦୁର୍ବୁତ୍ତର ଛୁରା ମାଡ଼ରେ ପିଡିଏସ୍ ସୋସାଇଟିର ସେଲ୍ସମ୍ୟାନ ମୃତ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ପିଡିଏସ୍ ସୋସାଇଟିର ସେଲ୍ସମ୍ୟାନ ପ୍ରଶାନ୍ତ ଶେଣ୍ଢକୁ ପିଡିଏସ ସାମଗ୍ରି ବଣ୍ଟନ ବେଳେ ଛୁରାମାଡ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ଆଳତୁମା ଗ୍ରାମରେ ଗତକାଲି ଅପରାହ୍ନ ସମୟରେ ସେଲସମ୍ୟାନ ସୋସାଇଟି ଖୋଲୁଥିବା ବେଳେ ଜଣେ ଦୂର୍ବୁତ୍ତ ହଠାତ ଆସି କାହିଁକି ସୋସାଇଟ ଖୋଲିଛ ବୋଲି ପଚାରିବା ସହ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଦୂର୍ବୁତ୍ତ ସୁବାସ ଦାସ ଉତ୍ୟକ୍ତ ହୋଇ ସାଙ୍ଗରେ ଆଣିଥିବା ଛୁରିରେ ପ୍ରଶାନ୍ତ ଆକ୍ରମଣ କରିଥିଲା। ଯାହା ଫଳରେ ପ୍ରଶାନ୍ତଙ୍କର ପେଟରେ ଗୁରୁତର ଆଘାତ ଲାଗିଥିଲା। ଚିକିତ୍ସା ପାଇିଁ ତାଙ୍କୁ ପ୍ରଥମେ ଜିଲ୍ଲା ଚିକତ୍ସାଳରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରି ଆକ୍ରମଣକାରୀ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.