ଖତ ଖାଉଛି ୩୫ ଲକ୍ଷ ଟଙ୍କା ଵ୍ୟୟରେ ନିର୍ମିତ ପଞ୍ଚାୟତ ଗୃହ

ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପଞ୍ଚାୟତ ଗୃହ ନିର୍ମାଣ କରାଯାଉଛି କିନ୍ତୁ ଏହା କାମରେ ଆସୁ ନାହିଁ। ଆମେ ଏଠି ପ୍ରକାଶ କରୁଛୁ କାମାକ୍ଷାନଗର ଅଁଳାବେରେଣୀ ପଞ୍ଚାୟତର ଗୃହ ବିଷୟରେ । ସୁଚନା ଫଳକ ଦେଖିଲେ ଲାଗୁଛି ଘରଟି ନିର୍ମାଣ ଶେଷ ହୋଇଛି ଯାହା ବାସ୍ତବରେ ସତ ନୁହେଁ। ଫଳକର ସୁଚନା ଅନୁଯାୟୀ ମାର୍ଚ୍ଚ ମାସ ୨୦୧୮ ମସିହାରେ ମନରେଗା ଯୋଜନାରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ଗୃହ ନିର୍ମାଣ ଆରମ୍ଭ ହୋଇ ସେହି ବର୍ଷ ଅଗଷ୍ଟ ୩୧ ତାରିଖରେ ଶେଷ ହୋଇଥିଲା। ପଞ୍ଚାୟତ ଗୃହ ନିର୍ମାଣ ଶେଷ ହୋଇଥିଲେ ସୁଧା ତିନି ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟ ଅଁଳାବେରେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲୁଅଛି। ସୁତ୍ରରୁ ଜଣାପଡିଛି ଯେ ପଞ୍ଚାୟତ ଗୃହ ନିର୍ମାଣ ଅସମ୍ପୂର୍ଣ୍ଣ ଅଛି ଯେଉଁ କାରଣ ପାଇଁ ଅସ୍ଥାୟୀ ଭାବରେ ବିଦ୍ୟାଳୟ ଶ୍ରେଣୀ ଗୃହକୁ ପଞ୍ଚାୟତ କାର୍ଯ୍ୟାଳୟ ରୂପେ ବ୍ୟବହାର କରାଯାଉଛି।

Comments are closed.