ଜୀବିତଙ୍କୁ ଛାଡି ମୃତ ଲୋକଙ୍କୁ ମିଳୁଛି ରାସନ ସାମଗ୍ରୀ
ଢେଙ୍କାନାଳ, ନିହାର ରଞ୍ଜନ ସାହୁ : ଲୋକେ ମୃତ ବ୍ୟକ୍ତି ନାଁ ରେ ରାସନ୍ ଉଠାଉଥିବା ବେଳେ ଜୀବିତ ଲୋକମାନଙ୍କୁ ରାସନ୍ କାର୍ଡ ଥାଇ ମଧ୍ୟ ମିଳୁ ନାହିଁ ରାସନ। ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜୟପୁରାକାଟେଣୀ ପଞ୍ଚାୟତରରେ। ଏହି ପଞ୍ଚାୟତର ଜେମା ପୁର୍ତ୍ତି ନାମକ ଜଣେ ମହିଳାଙ୍କ ଅଭିଯୋଗରୁ ପଦାକୁ ଆସିଛି ଦୁର୍ନୀତିର ଚିତ୍ର। ତାଙ୍କର ରାସନ କାର୍ଡ ଥାଇ ମଧ୍ୟ ସେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ଥିବା ସେ ଲିଖିତ ଆକାରରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି। ତାଙ୍କ ରାସନ୍ ଚତୁରତା ସହ ବଣ୍ଟନକାରୀ ବାଟମାରଣା କରୁଥିବା ପ୍ରମାଣ ଏବେ ମିଳିଛି। କରୋନା ମହାମାରୀ ପାଇଁ ସରକାର କଟକଣା କରିବା ପରେ ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାରୁ ଏ କଥା ପଦାକୁ ଆସିଛି। ତାଙ୍କୁ ଯଦି ସହାୟତା ରାଶି ମିଳିଲା ତେବେ ତାଙ୍କର ରାସନ ସାମଗ୍ରୀ ଯାଉଥିଲା କୁଆଡେ?
ଏ ଘଟଣା ପରେ ଢେଙ୍କାନାଳ ଜିଲ୍ଲା ଆଦିବାସୀ ସଂଘର ସଭାପତି ଆହୁରି ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ପଞ୍ଚାୟତର ଚେନେଇ ସାହିର ତୁଳସୀ ପୁର୍ତ୍ତୀ ବର୍ଷେ ତଳେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ତାଙ୍କ ରାସନ୍ ସାମଗ୍ରୀ ଏବେ ପର୍ଯ୍ୟନ୍ତ ଉଠାଯାଇଥିବା ଅଭିଯୋଗ କରିଛନ୍ତି। ଏ ଗାଆଁର ଚାଇନ ଖିଲାର, ଗେଲ ବେହେରା, ରାଇ ଦାସ, ଝୁନୁ ଦାସ, ଲିପି ସାହୁ, ମମତା ବେହେରା ପରି ଗରିବ ମହିଳା ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଧନୀ ଶ୍ରେଣୀ ଲୋକ ସଂଯୁକ୍ତ ହୋଇଥିବା ଜଣାପଡିଛି।
ଏପରି ଅଭିଯୋଗ ଉପରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ଏ ତଦନ୍ତ ଆରମ୍ଭ ହେଉଛି ନା ପୂର୍ବରୁ ଘଟିଥିବା ମାଣିକମରା ଗାଁ ର ଘଟଣା ପରି ଏହା ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହୁଛି।
Comments are closed.