ପରୀ ମାମଲା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ

ଭୁବନେଶ୍ୱର,୮ ।୧: ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଆସିଛି ଏକ ବଡ ଖବର । ନାର୍କୋ ଟେଷ୍ଟ ପାଇଁ ଅସହମତି ପ୍ରକାଶ କରିଛି ଅଭିଯୁକ୍ତ ନାବାଳକ । ଫଳରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ । ସହମତି ନମିଳିବାରୁ ଅନୁମତି ଦେଲେନି ଜୁଗେନାଇଲ ଜଷ୍ଟିସ ବୋର୍ଡ । ତେବେ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ପୁଣି ନାବାଳକ ଅଭିଯୁକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଯାଇଛି ।

ତେବେ ଆଜି ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ଏସଆଇଟି ଆବେଦନ କରିଥିବା ନାର୍କୋ ଟେଷ୍ଟ ନେଇ ଆଜି ଶୁଣାଣି କରାଯାଇଥିଲା ।

Comments are closed.