ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉରକୁ ୧୫ ବର୍ଷ ଜେଲଦଣ୍ଡ

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜକିଉରକୁ ୧୫ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ,୮ ।୧: ଲସ୍କର-ଏ-ତାଇବା ଅପରେସନ କମାଣ୍ଡର ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ପାକିସ୍ତାନରେ ୧୫ ବର୍ଷ ଦଣ୍ଡିତ କରାଯାଇଛି । ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ଗିରଫ କରାଯାଇଥିଲା । ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଜକିଉର ରେହମାନ ଲଖଭି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ।

ଲାହୋରରେ ଜକିଉର ରେହମାନ ଲଖଭି ବିରୋଧରେ ଆତଙ୍କବାଦୀ ପାଣ୍ଠି ମାମଲା ରୁଜୁ ହୋଇଛି । ସେ ଡିସପେନସାରୀ ନାମରେ ଟଙ୍କା ସଂଗ୍ରହ କରି ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହା ମୁଖ୍ୟତଃ ନୂଆ ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିଲା ।

ତେବେ ଜକିଉରକୁ ମିଳିତ ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ କରାଯାଇଥିଲା । କିନ୍ତୁ ନିକଟରେ ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜକିଉରକୁ ଜେଲ ଦଣ୍ଡାଦେଶ ଦେଇଛି ।

Comments are closed.