ରାଜ୍ୟରେ ୧୧୦ଟି ସ୍ଥାନରେ ଡ୍ରାଏ ରନ୍

ଭୁବନେଶ୍ୱର, ୮ ।୧ (ଓଡିଶା ଭାସ୍କର) : ଆଜିଠାରୁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଛି । ରାଜ୍ୟରେ ଡ୍ରାଏ ରନ୍ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ‘ରାଜ୍ୟର ୧୧୦ଟି ସ୍ଥାନରେ ଡ୍ରାଏ ରନ୍ ଚାଲିଛି । ସିଏଚସି, ପିଏଚସି, ମେଡିକାଲ କଲେଜରେ ଡ୍ରାଏ ରନ୍ ହେଉଛି । ୧୧ଟି ଘରୋଇ ହସ୍ପିଟାଲରେ ଡ୍ରାଏ ରନ୍ ଚାଲିଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯିବ । ଟିକାକରଣରେ ଅସୁବିଧା ହୋଇଥିଲେ ଆଜି ଜଣାପଡିବ । ଟିକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ ତୁରନ୍ତ ଚିକିତ୍ସା ହେବ । ଚିକିତ୍ସା ପାଇଁ ଏଇଏଫଆଇ କିଟ୍ ଅବଜରଭେରସନ ରୁମ୍ ରଖାଯାଇଛି । ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରହିଛି । ଖୁବଶୀଘ୍ର ଟିକା ଆସିବ ବୋଲି କେନ୍ଦ୍ର କହିଛି ।

Comments are closed.