ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କର ହେବ ଏମ୍‌ଆର୍‌ଆଇ ସ୍କାନ

ଦୁବାଇ : ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନଙ୍କର ଏମ୍‌ଆର୍‌ଆଇ ସ୍କାନ କରାଯିବ। ଚାଲିଥିବା ଏସିଆ କପ୍‌ କ୍ରିକେଟ ଭାରତ ବିପକ୍ଷ ୫ ଉଇକେଟ ବିଜୟ ମ୍ୟାଚ ବେଳେ ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା। ରିପୋର୍ଟ ଅନୁସାରେ ଭାରତର ଇନିଂସ ବେଳେ ମହମ୍ମଦ ହାସ୍‌ନେନ୍‌ଙ୍କ ଏକ ବଲ୍‌କୁ ସଂଗ୍ରହ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଡାହାଣ ଗୋଡ଼ ମୋଡି ହୋଇଯାଇଥିଲା।

ସେତେବେଳେ ରିଜଓ୍ବାନ ଯନ୍ତ୍ରଣା ଅନୁଭବ କରିଥିଲେ। ଆଘାତପ୍ରାପ୍ତ ସତ୍ତ୍ୱେ ରିଜଓ୍ବାନ ଇନିଂସ ଓପନ କରିଥିଲେ। ୫୧ ବଲ୍‌ରୁ ୭୧ ରନ୍‌ ସଂଗ୍ରହ କରିଥିଲେ, ଫଳରେ ପାକିସ୍ତାନ ଭାରତର ୧୮୧/୭ ସ୍କୋରକୁ ୫ ଉଇକେଟ ବିନିମୟରେ ଚେଜ୍‌ କରିବାରେ ସଫଳ ହୋଇଥିଲା। ରିଜଓ୍ବାନ ତୃତୀୟ ଉଇକେଟରେ ୭୩ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ୍‌ରେ ଅଂଶୀଦାର ରହିଥିଲେ, ଯାହାକି ପାକିସ୍ତାନ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତଠାରୁ ପରାଜୟର ପ୍ରତିଶୋଧ ନେଇ ପାରିଥିଲା।

Comments are closed.