ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଏମିତି କହିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଟ୍ରସଙ୍କ ନେତୃତ୍ୱରେ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆହୁରି ସୁଦୃଢ ହେବାକୁ ଯାଉଛି। ନୂତନ ଦାୟିତ୍ୱ ଓ ସଫଳ କାର୍ଯ୍ୟକାଳ ପାଇଁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଫଳାଫଳ ଘୋଷଣା ପରେ ଲିଜ୍‌ ଟ୍ରସ୍‌ ନିଜର ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି । ବିଶ୍ବବ୍ୟାପୀ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।

ସୂଚନାଥାଉକି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଲିଜ୍‌ ଟ୍ରସ୍‌। ସେ ଭାରତୀୟ ବଂଶୋଭବ ଋଷି ସୁନକଙ୍କୁ ପରାସ୍ତ କରିଛନ୍ତି। ଲିଜ୍‌ ୮୧,୩୨୬ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଋଷି ୬୦,୩୯୯ ଖଣ୍ଡ ଭୋଟ୍‌ ପାଇ ପରାସ୍ତ ହୋଇଛନ୍ତି।ଋଷି ପ୍ରଥମରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ଥିଲେ। ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଆରମ୍ଭରୁ ତାଙ୍କର ପରାକ୍ରମ ବି ଦେଖାଇଥିଲେ। ସେ ଋଷିଙ୍କୁ କଡ଼ା ଟକ୍କର ଦେଇଥିଲେ।

Comments are closed.