ଅମ୍ଳଜାନର ଭଣ୍ଡାର

ଜାତୀୟ ବାଉଁଶ ମିଶନର ତଥ୍ୟ ଅନୁସାରେ, ବାଉଁଶ ଗଛ ଅମ୍ଳଜାନର ଭଣ୍ଡାର । ଯେକୌଣସି ସାଧାରଣ ଗଛଠାରୁ ବାଉଁଶ ୩୦ ପ୍ରତିଶତ ଅଧିକ ଅମ୍ଳଜାନ ଉତ୍ପାଦନ କରିପାରେ । ଗୋଟିଏ ପୂର୍ଣ୍ଣ ବିକଶିତ ବାଉଁଶ ଗଛ ବାର୍ଷିକ ୩୦୦ କେଜି ଅମ୍ଳଜାନ ଦେଇଥାଏ ।

ବାଉଁଶର ବିଶେଷତ୍ୱ ହେଲା, ଏହା ଫଟୋସିନ୍ଥେସିସ ଜରିଆରେ ଅଙ୍ଗାରକାମ୍ଳ ଜୈବ ଅଙ୍ଗାରକ ଭାବେ ପରିଣତ କରିଥାଏ । ତାହାଠୁ ବଡ଼ କଥା, ଜୈବ ଅଙ୍ଗାରକ ସୃଷ୍ଟିକରିବା ପରେ ତାହାକୁ ଧାରଣ କରି ମାଟିରେ ଗଚ୍ଛିତ କରିଥାଏ । ମାଟିରେ ଉର୍ଜ୍ଜା ମଧ୍ୟ ବୃଦ୍ଧି କରିଥାଏ । ବାଉଁଶ ଚାଷ କରୁଥିବା ବଲାଙ୍ଗିରର ଡ଼. ବାସୁଦେବ ପତିଙ୍କ କହିବା ଅନୁସାରେ, ସେ ସମୁଦାୟ ୬୬ଏକର ବା ୬୨.୪ ହେକ୍ଟର ଅଞ୍ଚଳରେ ବାଉଁଶ ଚାଷ କରୁଛନ୍ତି । ହେକ୍ଟର ପିଛା ୩୦୦ବାଉଁଶ ଗଛ ରହିଛି ।

ବାର୍ଷିକ ୭୯୨୦ଗଛ ତାଙ୍କ ଫାର୍ମରୁ ବାହାରିଥାଏ । ଅର୍ଥାତ, ୭୯୨୦ଗଛ ବାର୍ଷିକ ୨୩ଲକ୍ଷ ୭୬ହଜାର କେଜି ଅମ୍ଳଜାନ ତାଙ୍କ ଫାର୍ମରୁ ଉତ୍ପାଦିତ ହୋଇ ପରିବେଶକୁ ଯାଉଥିବା ସେ କହିଛନ୍ତି ।

Comments are closed.