ଉତ୍ତରପ୍ରଦେଶରୁ ନିର୍ବାଚନ ଲଢିବେ ନୀତିଶ କୁମାର

ଲକ୍ଷ୍ନୌ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବିରୋଧୀକୁ ଏକାଠି କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟୁଛନ୍ତି। ଏସବୁ ଭିତରେ ନୀତୀଶ କୁମାର ନିଜେ ଉତ୍ତର ପ୍ରଦେଶର ଫୁଲପୁର ଲୋକସଭା ଆସନରୁ ୨୦୨୪ରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାକୁ ଅଧିକ ବଳ ଦେଇଛି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଅଫର।

ମିଡିଆ ରିପୋର୍ଟ ଅନୁସାରେ, ଅଖିଲେଶ ଯାଦବ ନିଜ ଆଡ଼ୁ ନୀତୀଶ କୁମାରଙ୍କୁ ଉତ୍ତର ପ୍ରଦେଶର ଯେକୌଣସି ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଛନ୍ତି। ସେ ଯେଉଁ ଆସନରେ ଛିଡ଼ା ହେଲେ ବି ତାଙ୍କୁ ସମାଜବାଦୀ ପାର୍ଟି ସବୁ ପ୍ରକାରର ସମର୍ଥନ ଯୋଗାଇ ଦେବ ବୋଲି ଅଖିଲେଶ କହିଛନ୍ତି। ସେହିପରି ଫୁଲପୁରରେ ଥିବା ଜେଡିୟୁର ନେତା ଓ କର୍ମୀମାନେ ନୀତୀଶ କୁମାରଙ୍କୁ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି।

Comments are closed.