ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକଚାଟିଆ ଶାସନକୁ ବିରୋଧ !!

ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ)- ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି କୁମାର ବସ୍ତ ଲୋକନାଥ ମନ୍ଦିର ଠାରେ ଏକାଧିକ ବିଜେପି କର୍ମକର୍ତ୍ତା ଏକାଠି ହୋଇଥିଲେ। ସାଂସଦଙ୍କ ଏକଚାଟିଆ ଶାସନରେ ବିଜେପିର ପୁର୍ବତନ ମଣ୍ଡଳ ସଭାପତି ଏବଂ କର୍ମକର୍ତ୍ତା ଅତିଷ୍ଠ ହୋଇ ଯଦି ଆଗାମୀ ଦିନରେ ସାଂସଦ ଅପରାଜିତା ଏହି ଭଳି କରିବେ ତେବେ ତାଙ୍କୁ ଖୋର୍ଦ୍ଧା ରେ ଘୋର ବିରୋଧ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଜଟଣୀ ନିର୍ବାଚନ ମଣ୍ଡଳୀ ,ଖୋର୍ଦ୍ଧା ରେ ପାଞ୍ଚଟି ପଞ୍ଚାୟତ ରେ ବିଧାୟକ ପାର୍ଥି ଲୁଲୁ ବଡ଼ଜେନାଙ୍କୁ ପୁରାଇ ଦିଆ ଯିବ ନାହିଁ କି ଅପରାଜିତା ଷଡ଼ଙ୍ଗୀଙ୍କୁ ଏକଚାଟିଆ ଶାସନ କରିବାକୁ ଦିଆଯିବ ନାହିଁ ବୋଲି ସଭାରେ ସ୍ଥିର କରାଯାଇଥିଲା ।

Comments are closed.