କିଏ ଭାଙ୍ଗିଲା କୋହଲିଙ୍କ ରେକର୍ଡ , ଜାଣନ୍ତୁ
କିଏ ଭାଙ୍ଗିଲା କୋହଲିଙ୍କ ରେକର୍ଡ , ଜାଣନ୍ତୁ
ଦୁବାଇ: ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଟି୨୦ ଅନ୍ତର୍ଜାତୀୟରେ ୨୬ ଇନିଂସରେ ହଜାର ରନ୍ ପୂରଣ କରିଛନ୍ତି । ବିରାଟ କୋହଲି ଅଧିନାୟକ ଭାବେ ୧୦୦୦ ରନ୍ ପୂରଣ ପାଇଁ ୩୦ଟି ଇନିଂସ ଖେଳିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ୩୧ ଓ ଆରୋନ ଫିଞ୍ଚ୍ ୩୨ଟି ପାଳିରେ ଏହି ସଫଳତା ପାଇଥିଲେ । ଆହୁରି ମଧ୍ୟ ବାବର ଆଜମ ଟି୨୦ କ୍ରିକେଟରେ ଅଧିନାୟକ ଭାବେ ୧୩ ଥର ୫୦ ବା ଅଧିକ ରନର ପାଳି ଖେଳିଛନ୍ତି । ଏହି ମାମଲାରେ ସେ ବିରାଟଙ୍କ ସହ ସମକକ୍ଷ ହୋଇଛନ୍ତି । ବିରାଟ ମଧ୍ୟ ଅଧିନାୟକ ଭାବେ ଟି୨୦ ଫର୍ମାଟରେ ୧୩ଟି ଅର୍ଦ୍ଧଶତକ ଲଗାଇଛନ୍ତି ।
ଟି୨୦ ବିଶ୍ୱକପରେ ପାକିସ୍ତାନ ଲଗାତର ତୃତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଦୁବାଇରେ ଅନୁଷ୍ଠିତ ମୁକାବିଲାରେ ପାକିସ୍ତାନ ୫ ଓ୍ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଟିମ୍ର ବିଜୟରେ ଅଧିନାୟକ ବାବର ଆଜମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦମଦାର ୫୧ ରନ୍ କରିଥିଲେ । ଏହି ଇନିଂସ ସହ ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି ।
Comments are closed.