ଅଫେରା ରାଇଜେ ପୁନୀତ ରାଜକୁମାର !!

ବେଙ୍ଗାଲୁରୁ: ଅଫେରା ରାଇଜେ ପୁନୀତ ରାଜକୁମାର !! ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା | ହୃଦ୍‌ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍‌ପିଟାଲ୍‌ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଜିମ୍‌ରେ ୱାର୍କଆଉଟ୍‌ କଲା ବେଳେ ହଠାତ୍ ପୁନୀତ୍‌ ବେହୋସ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବେଙ୍ଗାଲୁରୁ ସ୍ଥିତ ବିକ୍ରମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍‌ଘାତ ହୋଇଥିବା ନେଇ ଜଣାପଡିଥିଲା | ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ମାତ୍ର ଶେଷରେ ମୃତ୍ୟୁ ଆଗରେ ସେ ହାରିଗଲେ | ତାଙ୍କ ମୃତ୍ୟୁ ଖବର ପ୍ରଶଂସକ ମାନଙ୍କୁ ବେଶ ଆଚମ୍ବିତ କରିଦେଇଛି |

Comments are closed.