କାହିଁକି ମୁହଁ ଖୋଲିଲେ ମନ୍ତ୍ରୀ?

ଭୁବନେଶ୍ୱର – ଶିକ୍ଷୟତ୍ରୀ ମମୀତା ମେହେର ହତ୍ୟାକାଣ୍ଡ ଘଟଣାରେ ଉଠୁଛି ପଡୁଛି ରାଜ୍ୟ | ମମୀତାଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ, ହୋ ହାଲ୍ଲା ଓ ପ୍ରତିବାଦ କରୁଛି ବିରୋଧୀ ବିଜେପି ଓ କଂଗ୍ରେସ |ଉକ୍ତ ହତ୍ୟାକାଣ୍ଡରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଓ ତାଙ୍କ ଇସ୍ତଫା ଦାବିରେ ସବୁଠି ଜଳୁଛି ନିଆଁ | ଘଟଣାର ପ୍ରଥମରୁ ଗୃହମନ୍ତ୍ରୀଙ୍କ ବୟାନ ଥିଲା ଆଇନ ତା ବାଟରେ ଯିବ | କେବଳ ଏତିକି କହି ମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ନିରବି ଯାଇଥିଲେ | ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ କି ସମ୍ପର୍କ ରହିଛି ତାକୁ ନେଇ ସବୁଠି ହେଲା ଚର୍ଚ୍ଚା | ପରିଶେଷରେ ସବୁ ସନ୍ଦେହକୁ ଦୂର କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର | ଘଟଣାର 21 ଦିନ ପରେ ଶେଷରେ ମନ୍ତ୍ରୀ ନିଜ ପକ୍ଷ ରହିଛନ୍ତି | ଗଣମାଧ୍ୟମରେ ନିଜ ପକ୍ଷ ରଖିବାକୁ ଗଣମାଧ୍ୟମ ମନ୍ତ୍ରୀଙ୍କ ସନ୍ଧାନ ରେ ଥିବା ବେଳେ ଖୋଦ ମନ୍ତ୍ରୀ ନିଜେ ଗଣମାଧ୍ୟମ ସମ୍ମୁଖକୁ ନଆସି ଏକ 2 ପୃଷ୍ଠା ବିଶିଷ୍ଠ ପ୍ରେସ ବିବୃତି ମାଧ୍ୟମରେ ନିଜ ପକ୍ଷ ରଖିଛନ୍ତି | ଯେଉଁ ପ୍ରେସ ବିବୃତି ରେ ମନ୍ତ୍ରୀ ନିଜକୁ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି | ତେବେ ସେ କଣ ଲେଖିଛନ୍ତି ଥରେ ନଜର ପକାନ୍ତୁ :-

👉 ମାଣିକେଶ୍ବରୀଙ୍କ ନାଁରେ ଶପଥ କରି ସଂପୃକ୍ତ ନଥିବା କହିଲେ ଦିବ୍ୟଶଙ୍କର
👉 ସଂପୃ୍କ୍ତିର ପ୍ରମାଣ ଦେଲେ ସାଧାରଣ ଜୀବନରୁ ସନ୍ନ୍ୟାସ ନେବି: ଦିବ୍ୟଶଙ୍କର
👉 ପ୍ରମାଣ ଥିଲେ କୋର୍ଟ ଓ ପୋଲିସରେ ଦାଖଲ କରିବାକୁ କହିଲେ । ବ୍ୟକ୍ତିଗତ ଆକ୍ରୋଶ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣରୁ ବିରତ ରହିବାକୁ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁରୋଧ ।
👉 ଚରିତ୍ର ସଂହାର ଅଭିଯୋଗରେ 2ଟି ଗଣମାଧ୍ୟମ ଓ ଗୋଟିଏ ୱେବ ପୋର୍ଟାଲ ନାଁରେ ମାନହାନି ମକଦ୍ଦମା
👉ମୁଁ ପଛେ କ୍ଷତିଗ୍ରସ୍ତ ହେବି କିନ୍ତୁ ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗ କରିବାକୁ ଦେବିନାହିଁ | ମୁଁ ସାଧାରଣ ଜୀବନରେ ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି |

ଅପରପଟେ ମନ୍ତ୍ରୀଙ୍କର ଏହି ପ୍ରେସ ବିବୃତି ନେଇ ପୁଣି ମନ୍ତ୍ରୀଙ୍କ ଉପରେ ବର୍ଷିଛି ଉଭୟ ବିଜେପି ଓ କଂଗ୍ରେସ | ଏତେ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ କାହିଁକି ଚୁପ ଥିଲେ ଓ କାହିଁକି ଗଣମାଧ୍ୟମ ସାମ୍ନାକୁ ନଆସି ସମସ୍ତ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି |

Comments are closed.