କୋଇଡାରେ ଥମୁନି ହାତୀ ଉପଦ୍ରବ : ଘରେ ଶୋଇଥିବା ବେଳେ ଦଳି ଦେଲା ଦନ୍ତା

ସୁନ୍ଦରଗଡ଼ (ସନ୍ତୋଷ କୁମାର ଅଟୀ) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ଥମୁନି ହାତୀ ଆତଙ୍କ । ଗତ କାଲି କୋଇଡା ବ୍ଲକ କାଲଟା ପଞ୍ଚାୟତର କୁସୁମଡିହି ଗ୍ରାମରେ ରାତି ପ୍ରାୟ ୮ ଟା ସମୟରେ କରମସିଂ ମୁଣ୍ଡା (୭୦ )ନିଜ ଝାଟିମାଟି ଟିଣ ଘରେ ଶୋଇଥିବା ବେଳେ ଅଚାନକ ଗୋଟେ ଦନ୍ତା ହାତୀ ଘର ଭାଙ୍ଗି ସମ୍ପୂର୍ଣ୍ଣ ନଷ୍ଟ କରିଦେଲା ପରେ ତାଙ୍କୁ ଦଳି ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପୋଲିସ୍ ଓ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣି ଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ତୁରନ୍ତ ସହାୟତା ରାଶି ଯୋଗାଇ ଦେବାକୁ ଏସିଏଫ ମହେନ୍ଦ୍ର ନାଥ, ରେଞ୍ଜର କୋଇଡା କାଜଲ କୁମାରୀ ନାଏକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Comments are closed.