ବିଜେପି ନେତା ସମ୍ବିତ ପାତ୍ରଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି) ଅଧ୍ୟକ୍ଷ ଭାବେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

ସୂଚନା ଅନୁସାରେ, ଶ୍ରୀ ପାତ୍ରଙ୍କୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ପାର୍ଟ ଟାଇମ୍ ଅଣକାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ଆଇଟିଡିସି ଅଧ୍ୟକ୍ଷ ଭାବେ ୩ବର୍ଷ ପାଇଁ ନିଯୁକ୍ତି ମିଳିଛି । ସେ ଦାୟିତ୍ୱ ନେବାଠୁ ୩ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । ଶ୍ରୀ ପାତ୍ରଙ୍କ ସମେତ କେରଳ କ୍ୟାଡ଼ରର ୧୯୯୦ ବ୍ୟାଚ୍ ଆଇଏଏସ୍ ଜିକେଭି ରାଓଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

Comments are closed.