ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) : ପ୍ରତାପପୁର ପଞ୍ଚାୟତରେ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରତାପପୁର ପଞ୍ଚାୟତର ସଭାପତି ରୁଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ପଞ୍ଚାୟତ ନିର୍ବାଚନରେ କିପରି ପ୍ରତାପପୁର ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ତଥା ସମସ୍ତ ୱାର୍ଡମେମ୍ବର ପ୍ରାର୍ଥୀ ମାନଙ୍କୁ ଜିତାଇବାକୁ ହେଲେ ପ୍ରତି ୱାର୍ଡରେ କର୍ମୀସମାବେଶ କରି ସଂଗଠନକୁ ମଜବୁତ କରିବାକୁ ପଡିବ ବୋଲି କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେପି ନେତା ତଥା ନଦୀସୁରକ୍ଷା ସମିତି (ନମାମୀ ଗଙ୍ଗେ) ରାଜ୍ୟ ସହ ସଂଯୋଜକ ଅଜୟ କୁମାର ସାହୁ, ଜିଲ୍ଲା କମିଟି ସଦସ୍ୟ ଅଦୈତ୍ୟ ବାଗ,ବାଲିଆପାଳ ମଣ୍ଡଳ ସଭାପତି ମୁରଲୀଧର ସାହୁ,ବରିଷ୍ଠ ନେତା ରବିନ୍ଦ୍ର ଦତ୍ତ,ପୂର୍ବତନ ସଭାପତି ରତ୍ନାକର କୁହ୍ଲାରୀ,ରବିନ୍ଦ୍ର ବିଶ୍ୱାଳ,ଅଞ୍ଜଳୀ ରାଉତ ପ୍ରମୁଖ ଯୋଗଦେଇ ବିଜେପି ସଙ୍ଗଠନକୁ ଦୃଢ଼ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କର୍ମୀ ସମାବେଶରେ ଯୁବନେତା ଦେବାନନ୍ଦ ପିଳା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିନୋଦ ଜେନା,ଲକ୍ଷ୍ମୀକାନ୍ତ ଜେନା,ରାମ ଚନ୍ଦ୍ର ପାତ୍ରଙ୍କ, ନେତୃତ୍ୱରେ ବହୁ ବ୍ୟକ୍ତି ଅନ୍ୟ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । କାର୍ତିକ ଚନ୍ଦ୍ର ପାତ୍ର, ସନ୍ୟାସି ସେଠି,ବ୍ରଜେନ୍ଦ୍ର ପଣ୍ଡିତ, ଅଞ୍ଜଳି ରାଉତ,ସମ୍ବୁନାଥ ସେଠି,ଗୋବିନ୍ଦ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
Comments are closed.