ଜଟଣୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ୍ ଦିବସ ୨୦୨୧ ପାଳିତ

ଜଟଣୀ(ସଞ୍ଜୀବ କୁମାର) : ଜଟଣୀ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ଼ରିବନ୍‌ କ୍ଲବ ଆନୁକୂଲ୍ୟରେ “ବିଶ୍ୱ ଏଡ଼ସ୍ ଦିବସ ୨୦୨୧ କୋଭିଡ଼ କଟକଣା ନିୟମ ପାଳନ ପୂର୍ବକ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଯାଇଛି। ମହାବିଦ୍ୟାଳୟ ସମୀଳନି କକ୍ଷରେ ଅନୁଷ୍ଠିତ ହୋଇଥିବା ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ବିଶ୍ଵାଳ ପୌରହିତ୍ୟ କରିଥିଲେ। ସମ୍ ହସ୍‌ପିଟାଲ, ଭୁବନେଶ୍ଵର କର୍କଟ ବିଭାଗର ପ୍ରଫେସର ଡା. ସଂଗ୍ରାମ କେଶରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଅବଗତ କରାଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଯୁବ ରେଡ଼କ୍ରସର କାଉନ୍ସେଲର ଅଧ୍ୟାପିକା ପରିମିତା ପ୍ରହରାଜ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅନ୍ୟତମ ର୍କାଉନସେଲର ଅଧ୍ୟାପକ କାର୍ତିକ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସାଙ୍ଗ ପରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବକଙ୍କୁ ନେଇ ଅଧ୍ୟାପକ ଡଃ. ଆଲୋକ କୁମାର ଛୋଟରାୟଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ହରିଭାଇନା ଛକ ପର୍ଯ୍ୟନ୍ତ ଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡଃ ତପନ ମିଶ୍ର, ଅନିଲ ନନ୍ଦ ଓ ପ୍ରତାପ କୁମାର ମହାପାତ୍ର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ବଂଶୀଧର କର, ସମରେନ୍ଦ୍ର ମହାପାତ୍ର, ପବିତ୍ର ପଦ୍ମାସନା, ମହାବୀର ପ୍ରସାଦ ବେହେରା, ଗଣେଶ୍ଵର ମଲ୍ଲିକ, ଲିଜାରାଣୀ ସାମନ୍ତରାୟ, ପାଏଲ ରାଥୋଡ଼, ପ୍ରଜ୍ଞାପରମିତା ମିଶ୍ର, ପ୍ରୀତିସୀମା ସ୍ବାଇଁ, ରଶ୍ମିରେଖା ମହାନ୍ତି, ଶୁଭସ୍ମିତା ଘଟୁଆରୀ, ସୁଜାତା ନନ୍ଦ, ଦିପସୁନ୍ଦର ବେହେରା, ସସ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ ।

Comments are closed.