ଢେଙ୍କାନାଳରେ କରୋନା ଭୟ !!

ଢେଙ୍କାନାଳ(ନିହାର ରଞ୍ଜନ ସାହୁ) : ଢେଙ୍କାନାଳରେ ପୁଣି ଘାରିଲା କରୋନା ଭୟ | ଏକ ଆବାସିକ ଯୁକ୍ତ ଦୁଇ କଲେଜରୁ ୩୩ କୋରନା ପଜେଟିଭ ଚିହ୍ନଟ ହୋଇଛି । ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଯୁକ୍ତ ଦୁଇ ଆବାସିକ ସାଇକୃପା କଲେଜରୁ ଗତ ଦୁଇ ଦିନ ତଳେ ଚାରି ଜଣ ଛାତ୍ର ଛାତ୍ରୀ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଏହାପରେ କଲେଜରୁ ୨୭୦ଟି ସାମ୍ପୂଲ୍ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠା ଯାଇଥିଲା । ଗତ କାଲି ଆସିଥିବା ରିପୋର୍ଟ ଅନୁସାରେ ୩୩ ଟି ସାମ୍ପୂଲ୍ ପଜିଟିଭି ଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଞ୍ଜକାନ୍ତ ଅଞ୍ଚଳକୁ ଦଶ ଦିନ ପର୍ଯ୍ୟନ୍ତ ଅର୍ଥାତ ଦଶ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ପଜେଟିଭ ବାହାରିବା ବର୍ତ୍ତମାନ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

Comments are closed.