ବ୍ୟାଙ୍କ ନିକଟରେ ଲୁଟ କରିବା ପାଇଁ ଛକି ଥିବା ବେଳେ ଧରିଲା ପୁଲିସ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ICICI ବ୍ୟାଙ୍କ ନିକଟରେ ଲୁଟ୍ କରିବା ପାଇଁ ଛକି ଥିବା ବେଳେ ଅଭିଯୁକ୍ତକୁ ଗିରଫ କଲା ପୁଲିସ | ଗିରଫ ଅଭିଯୁକ୍ତ ଗଂଜାମ ଜିଲ୍ଲା ଆସିକା ଥାନା କରତାଳି ଗ୍ରାମର ୨୫ ବର୍ଷୀୟ ଶ୍ରିକାନ୍ତ | ଅଭିଯୁକ୍ତ ନିକଟରୁ ୨ଟି ପଲସର ବାଇକ ଜବତ କରିଛି ଟାଙ୍ଗୀ ପୋଲିସ | ଗତ ନଭେମ୍ବର ୨୨ ତାରିଖରେ ଟାଙ୍ଗୀ ଥାନା ଝରିଆ ଗ୍ରାମର ମୂରଲୀ ଧର ପଲାଇ ଟାଙ୍ଗୀ ୟୁକୋ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଣ କରି ଘରକୁ ଫେରୁଥିବା ବେଳେ ବଡପାରି ଓଭର ବ୍ରିଜ୍ ନିକଟରେ ୨ ଜଣ ଲୁଟେରା ପଲସର ବାଇକରେ ଆସି ଟଙ୍କା ସହ ଜରୁରୀ କାଗଜ ପତ୍ର ଲୁଟ କରିଥିଲେ |ଏନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଟାଙ୍ଗୀ ଥାନା ଆଇ.ଆଇ.ସି ବିଜୟ କୁମାର ମଲିକ ତଦନ୍ତ ଆରମ୍ଭ କରିଥିଲେ | ତେବେ ବିଶେଷ ସୁତ୍ରରୁ ସୁଚନା ପାଇ ICICI ବ୍ୟାଙ୍କ ନିକଟରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି |

Comments are closed.