ସମବାୟ ଲ୍ୟାମ୍ପ ଏମଡିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମବାୟ ଲ୍ୟାମ୍ପ ଏମଡିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପର ଏମଡି ଫଣିନ୍ଦ୍ର ସାହୁଙ୍କ ଜମନକିରା ଅଫିସ୍ ଓ ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ଫଣିନ୍ଦ୍ରଙ୍କ ଘରୁ ନଗଦ ୨ଲକ୍ଷ ୩୪ ହଜାର ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଏହାସହ କେତେକ ବୀମାକାଗଜ ପତ୍ର ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି, ତାର ଆକଳନ ହୋଇନାହିଁ । ଅପରପଟେ ମୋର ଆୟ ବର୍ହିଭୂତ ସମ୍ପତ୍ତି ନାହିଁ । ବ୍ୟକ୍ତିଗତ ଆକ୍ରୋଶ ରଖି ମୋ ନାଁରେ କିଏ ଗୋଟେ ଅଭିଯୋଗ କରିଛି ବୋଲ ଫଣିନ୍ଦ୍ର ସାହୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି ତାର ଆକଳନ ହୋଇନଥିବା ଜଣାପଡିଛି ।

Comments are closed.