ଜମି ଜାଲିଆତି ମାମଲାରେ ଜଣେ ଗିରଫ
ଜଟଣୀ (ସଞ୍ଜୀବ କୁମାର) : ଜଣେ କ୍ରେତାଙ୍କୁ ୯ଟି ପ୍ଲଟ ବିକ୍ରି କରିବା ଲାଗି ପଜିଂକରଣ କରିଥିବା ବେଳେ ଗୋଟିଏ ପ୍ଲଟ ଦେଇ ଅନ୍ୟଗୁଡିକୁ ଅନ୍ୟତ୍ର ବିକ୍ରି କରିଥିବା ଜମି ଜାଲିଆତି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଜଟଣୀଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମର ମହେନ୍ଦ୍ର ପରିଡା । ଭୂବନେଶ୍ୱର ପାତ୍ରପଡା ଅଂଚଳର ଧନୁର୍ଧର ବାରିକଙ୍କୁ ମଦନପୁର ଓ କାଇମାଟିଆ ମୈାଜାରେ ୯ଟି ପ୍ଲଟ ବିକ୍ରି କରିବାଲାଗି ମହେନ୍ଦ୍ର ଅଗ୍ରିମ ଟଙ୍କା ନେବା ସହିତ ବିକ୍ରି ପଜିଂକରଣ କରିଥିଲେ । ତେବେ ଧନୁର୍ଧର ଏନେଇ ବିଭିନ୍ନ ସମୟରେ ମହେନ୍ଦ୍ରଙ୍କ ନିକଟକୁ ଜମି ପଜେସନ ନେବାଲାଗି ଆସୁଥିବା ବେଳେ ମହେନ୍ଦ୍ର ଧରାଛୁଆଁ ଦେଉନଥିଲେ । ମହେନ୍ଦ୍ର ମାତ୍ର ଗୋଟିଏ ପ୍ଲଟର ଦସ୍ତାବିଜ ଦେଇ ଅନ୍ୟ ୮ଟି ପ୍ଲଟ ସମନ୍ଧରେ କୈାଣସି ମନ୍ତବ୍ୟ ଦେଉନଥିଲେ । ଏନେଇ ଧନୁର୍ଧର ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ମହେନ୍ଦ୍ରକୁ ଆଜି ଗିରଫ କରିଥିଲା । ତଦନ୍ତପରେ ପୁଲିସ ଏନେଇ ଜଟଣୀଥାନାରେ କେଶନଂ ୫୯୪/୨୧ରେ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।
Comments are closed.