ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା !!

କେନ୍ଦୁଝର(ସଂଗ୍ରାମ କେଶରୀ ମିଶ୍ର) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତ ଟିକରପଡା ବୁରୁଡିସାହିରେ ଗତକାଲି ଜଣେ ଯୁବକଙ୍କୁ କେହି ଟାଙ୍ଗିଆରେ ହାଣି ଜଘନ୍ୟ ଭାବେ ହତ୍ୟା କରିଛି । ମୃତକ ଯୁବକ ଜଣଙ୍କ ହେଲେ ମହାଦେଇଯୋଡା ଆଦିବାସୀ ସାହିର ବିକି ମୁଣ୍ତା ଓରଫ ନାଣ୍ତୁ।ପ୍ରାପ୍ତସୂଚନାଅନୁସାରେ ଗତକାଲି ବୁରୁଡିସାହିରେ ଫାଇନାଲ ଫୁଟବଲ ମ୍ୟାଚ ଚାଲିଥିଲା।ସେଠାରେ ତାଙ୍କୁ କେହି ଦୁର୍ବୁତ୍ତ କୈାଣସି କାରଣରୁ ବଚସା ହେବା ପରେ ବିକି ଙ୍କୁ ଏକ ଟାଙ୍ଗିଆରେ ମୁଣ୍ତ ପଛପଟକୁ ଆକ୍ରମଣ କରିଥିଲା।ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ଖବର ପାଇ ସଦର ଥାନା ଅଧିକାରୀ ସୁନିଲ କୁମାର କର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।ପରେ ଶବ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ହତ୍ୟାକାରୀଙ୍କୁ ପୋଲିସ ଧରିବାକୁ ଉଦ୍ୟମ ଚଳାଇଛି।ତେଵେ ବିକି ଗୁଣ୍ତାଗର୍ଦି ସହ ମାର୍ ପିଟ ଚୋରି ଡକାୟତି ଭଳି ଏକାଧିକ ଘଟଣାରେ ସଂପୃକ୍ତଥିଲା।ସବୁ ସମୟରେ ସେ ଅପରାଧ କରିଚାଲିଥିବାରୁ ପୋଲିସ ର ମୁଣ୍ତ ବିନ୍ଧା କାରଣ ପାଲଟିଥିଲା।

Comments are closed.