ଲୁଟ ଅଭିଯୋଗରେ ୩କୋର୍ଟ ଚାଲାଣ, ଚୋରୀ ସାମଗ୍ରୀ ଜବତ
ଜଟଣୀ (ସଞ୍ଜୀବ କୁମାର) – ଘର ପସି ଲୁଟ କରିଥିବା ଅଭିଯୋଗରେ ଜଟଣୀ ପୁଲିସ ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀକୁ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ଜାଂଳା ଗ୍ରାମର ସିବରାଜ ସାହୁଙ୍କ ଘରୁ ଗତକାଲି ରାତିରେ ଦୁର୍ବୁତ ଗ୍ୟାସ ସିଲିଣ୍ଡର,ମୋବାଇଲ ଫୋନ, ନଗଦ ୧୫୦୦ଟଙ୍କା ସହିତ ଅନ୍ୟାନ୍ୟ ଆସବାବପତ୍ର ଲୁଟ ନେଇଥିବା ନେଇ ଜଟଣୀଥାନାରେ ଅଭିଯୋଗ ହୋଇଥିଲା । ଅପରପଟେ ଅଭିଯୋଗକୁ ଭିତିକରି ପୁଲିସ ତଦନ୍ତ କରିବା ପରେ ଏଥିରେ ସଂପୃକ୍ତ ୩ଜଣଙ୍କୁ ସେମାନଙ୍କ ନିଜ ଘରୁ ଗିରଫ କରିଛି । ତେବେ ସେମାନଙ୍କଠାରୁ ଲୁଟ ସାମଗ୍ରୀ ମଧ୍ୟ ଜବତ କରିଛି ପୁଲିସ । ଏଥିରେ ସଂପୃକ୍ତ ଅଭିଯୁକ୍ତ ସନିଆ ସ୍ୱାଇଁ,କାଳୁ ବାରିକ ଓ ଦିବ୍ୟ ଦାସଙ୍କୁୂ ଗିରଫ କରି ଜଟଣୀ ଥାନା କେଶ ନଂ ୫୯୯/୨୧ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଟଣୀ ଥାନା ଆଇଆଇସି ବିଶ୍ୱରଂଜନ ସାହୁ କହିଛନ୍ତି ।
Comments are closed.