ପୁଣି ବିବାଦରେ ଫସିଲେ ରାଜ ଓ ଶିଳ୍ପା
ମୁମ୍ବାଇ : ପୁଣି ବିବାଦ ରେ ଫସିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା । ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇର ଅଭିଯୋଗ ହୋଇଛି ଫଳରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ପୋଲିସ ଆଇପିସିର ଧାରା ୪୨୦, ୫୦୬ ଏବଂ ଅନ୍ୟାନ୍ୟ ମାମଲା ରୁଜୁ କରିଛି । ଅଭିଯୋଗକାରୀ କହିଛନ୍ତି ଯେ ଏସଏଫଏଲ୍ ଫିଟନେସ୍ ଲିମିଟେଡ୍ ର ନିର୍ଦ୍ଦେଶକ କାଶିଫ୍ ଖାନ୍, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା ଏବଂ ଅନ୍ୟମାନେ ଏହି ଫିଟନେସ୍ ସେଣ୍ଟରରେ ଟଙ୍କା ବିନିଯୋଗ କରିବାକୁ କହିଥିଲେ ଏବଂ ଲାଭର ପ୍ରତିଶୃତି ମଧ୍ୟ ଦେଇଥିଲେ । କିନ୍ତୁ ସେପରି କିଛି ହୋଇନଥିଲା ପରବର୍ତୀ ସମୟରେ ସେ ଏହି ଟଙ୍କା ତାଙ୍କୁ ମାଗିଥିଲେ ମାତ୍ର ତାଙ୍କୁ ଟଙ୍କା ଦିଆଯିଵା ବଦଳରେ ଧମକ ଦିଆଯାଇଥିଲା । ଯାହାଫଳରେ ଏହି ଘଟଣା କୁ କେନ୍ଦ୍ର କରି ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ନିକଟରେ ଜେଲ ରୁ ବାହାରିଥିବା ରାଜ କୁନ୍ଦ୍ରାଙ୍କୁ ଖୁବ ଶୀଘ୍ର ପୁଲିସ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି
Comments are closed.