ସୁକତେଲ ନଦୀ ଶଯ୍ୟାରୁ ବିରଳ ଶିଳାଖଣ୍ଡ ଆବିଷ୍କୃତ

ବଲାଙ୍ଗୀର, ମହେଶ କର : ଜିଲ୍ଲାର ଲୋଈସି୍ଙ୍ଗା ବ୍ଲକ ଛେଲବାହାଲ ଗ୍ରାମ ନିକଟସ୍ଥ ଦକ୍ଷିଣ ପାର୍ଶ୍ଵ ଶୁକତେଲ ନଦୀ ଶଯ୍ୟାରୁ ବିରଳ ଶିଳାଖଣ୍ଡ ଓ ପ୍ରସ୍ତର ଦୃଶ୍ୟମାନ ହୋଇଛି । ବିରଳ କାରୁକାର୍ଯ୍ୟପୂର୍ଣ୍ଣ ଏହି ପ୍ରସ୍ତର ଖଣ୍ଡ ଦେଖି ସ୍ଥାନୀୟ ଲୋକେ ଚକିତ ହୋଇଯାଇଛନ୍ତି । ନଦୀ ଗର୍ଭରେ ଶୈବ ପିଠ ଅଥବା ଶକ୍ତି ପିଠ ରହିଥିବା ଅନୁମାନ କରାଯାଉଛି । କିଛି ଦିନ ତଳେ ନଦୀରୁ ଜେସିବି ମେସିନ ଦ୍ୱାରା ବାଲି ଉଠାଇବା ସମୟରେ ଏହି ପ୍ରସ୍ତର ଖଣ୍ଡ ଗୁଡ଼ିକ ଦେଖାଯାଇଥିଲା । ୨ ଓ ୩ ଫୁଟ ଲମ୍ବା ଓ ଚଉଡା ଥିବା ଏହି ପ୍ରସ୍ତର ଖଣ୍ଡ ଗୁଡ଼ିକରେ ବିଭିନ୍ନ କାରୁକାର୍ଯ୍ୟ ଖଚିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ନଦୀ ଗର୍ଭରେ ଆହୁରି ଅନେକ ଶିଳାଖଣ୍ଡ ରହିଥିବା ଅନୁମାନ କରାଯାଉଛି । ଅଷ୍ଟମ ଶତାବ୍ଦୀରେ ଏଠାରେ ଏକ ମନ୍ଦିର ଥିବା ନେଇ ପୂର୍ବଜଙ୍କ ଠାରୁ ଶୁଣିଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି । ପ୍ରତ୍ନତତ୍ତ୍ୱବିତ ମାନେ ଗବେଷଣା କଲେ ଏଠାକାର ପ୍ରସ୍ତର ଖଣ୍ଡ ବାବଦରେ ଅଧିକ ତଥ୍ୟ ମିଳିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । ତେବେ ଘଟଣା ପ୍ରଘଟ ହେବାପରେ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି ।

Comments are closed.