ବିଦ୍ୟୁତ କରେଣ୍ଟ ଲାଗି ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର, ସୁଜାତା ମିଶ୍ର : ସହରର ବିଭୁତୀପଡାର ଟ୍ରାନସଫରମର ନିକଟରେ ବିଦ୍ୟୁଟ କରେଣ୍ଟ ଲାଗି ବିବେକା ନାଥ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ହୋଇଛି । ସବୁ ଦିନ ଭଳି ଆଜି ଭୋର ସକାଳୁ ଘରୁ ବାହାରି ବିବେକା ଫୁଳ ତୋଲିବାକୁ ଯାଇଥିଲେ । ସକାଳ ୮ ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଏବଂ ପଡା ବାସିନ୍ଦା ଖୋଜାଖୋଜି କରିଥିଲେ । ଟ୍ରାନସଫରମର ନିକଟରେ ବିବେକାଙ୍କ ମୃତଦେହ ପଡିଥିବା ପଡା ଲୋକେ ଦେଖିଥିଲେ । ଟାଉନ ପୋଲିସକୁ ଖବର ଦେବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତୀରେ ଶବ ଉଦ୍ଧାର କରି ପୋଷ୍ଟ ମୋର୍ଟମ ପାଇଁ ପଠାଇ ଦିଆଯାଇଛି । ତୀ ଗତ ଗୋଟିଏ ମାସ ତଲେ ମୃତ ବିବେକାଙ୍କ ବାପା ଲଡୁକିଶୋର ନାଥଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ଦିବ୍ୟାଙ୍କ ବିବେକା ମାନସୀକ ଚିନ୍ତାରେ ଥିଲେ । ସେହି କାରଣରୁ ସେ ଜାଣି ଶୁଣି ବିଦ୍ୟୁତ ତାରକୁ ଧରି ଆତ୍ମହତ୍ୟା କରିଥିବା ପଡାରେ ଚର୍ଚ୍ଚା ହେଉଛି । ସଠିକ କାରଣ ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରୀ ରହିଛି ।

Comments are closed.