ପାଲଲହଡା : ମାନସିକ ବିକୃତ ମହିଳାଙ୍କ ଉନ୍ମତ କାଣ୍ଡ, ଉଲଗ୍ନ ହୋଇ କଲେ ଉତ୍ପାତ

ପାଲଲହଡା, ରମାକାନ୍ତ ତ୍ରିପାଠୀ : ଥାନା ଆଗରେ ଅର୍ଧ ଉଲଗ୍ନ ହୋଇ ଉତ୍ପାତ କଲେ ମାନସିକ ବିକୃତ ମହିଳା। କିଛି ବୁଝିବା ପୂର୍ବରୁ ଥାନା ଭିତରେ ପଶିଗଲେ ଓ ଭଙ୍ଗା ରୁଜା କଲେ। ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଥିଲା ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ସମ୍ମୁଖରେ। ମହିଳା ଜଣକ ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଗାଡିଅଟକାଇ ପୋଲିସ ବାହିନୀକୁ କରିଥିଲେ ନାକେଦମ। ବହୁ ସମୟର କସରତ ପରେ ପାଲଲହଡା ଥାନାର କିଛି ମହିଳା ପୋଲିସ ଉକ୍ତ ମହିଳାକୁ କାବୁ କରିବାରେ ସକ୍ଷମ ହୋଇଥିଲେ ଓ ତାଙ୍କୁ ପିନ୍ଧା ବସ୍ତ୍ର ଦେଇ ଛାଡିଦେଲେ, ପୁଣି ସନ୍ଧ୍ୟା ସମୟରେ ଖମାର ଅଞ୍ଚଳରେ ସମ୍ପୃକ୍ତ ମହିଳା କରିଥିଲେ ଭୟାନକ ପରିସ୍ଥିତି। ଗାଡିମୋଟର ଗୁଡିକୁ ପଥର ଫିଙ୍ଗି କାଚ ଭାଙ୍ଗିଦେଵା ସହିତ ଦୋକାନ ବଜାର ରୁ ଫିଙ୍ଗାଫୋପଡା କରିଥିଲେ। ସମ୍ପୃକ୍ତ ମହିଳା ଜଣଙ୍କର ସବିଶେଷ ତଥ୍ୟ ମିଳିପାରିନଥିଲେ ମଧ୍ୟ, ସେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଟୁମୁଣ୍ଡା ଗ୍ରାମର ବୋଲି ଵିଶେଷ ସୁତ୍ରରୁ ସୂଚନା ମିଳିଛି, ସବୁଠାରୁ ବଡ଼ ଦୁଃଖର ଵିଷୟ ହେଉଛି ମହିଳା ଜଣକ ଵିଵାହିତ ଥିଲେ ଓ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଥିଲେ ।ହେଲେ ଏକ ସଡକ ଦୁର୍ଘଟଣାରେ ପୁଅ, ଝିଅ ଓ ସ୍ୱାମି ଙ୍କ ମୃତ୍ୟୁ ହୋଇଥିଲା । ଫଳରେ ଏ ଘଟଣା ତାଙ୍କୁ ମାନସିକ ବିକୃତ କରିଦେଇଥିବା ଵିଶେଷ ସୂତ୍ରରୁ ଜଣାପଡ଼ିଛି।

Comments are closed.