ଓଡ଼ିଆ ଯୁବକ ହବିବୁରର ଆତଙ୍କବାଦୀ ଲିଙ୍କ ସନ୍ଦେହ : ଦିଲ୍ଲୀ ବିମାନବନ୍ଦରରେ ଧରିଲା NIA

ଓଡିଆ ଯୁବକ ହବିବୁର ରହମାନଙ୍କ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନଇମ୍ ସହ ଲିଙ୍କ ଥିବା ସନ୍ଦେହରେ ହବିବୁରଙ୍କୁ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କଲା ଏନ୍ଆଇଏ (National Investigation Agency) ଟିମ । ସୂଚାନୁସାରେ ହବିବୁରଙ୍କ ଘର ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବା ବେଳେ, ସେ ରିଆଦରେ ରହୁଥିଲେ ସୂଚନା ଦେଇଛି ଏନଆଇଏ । ନଇମକୁ ଲୁଚାଇବା ଓ ଟଙ୍କା ଯୋଗାଡ଼ କରିବା ଥିଲା ହବିବୁରଙ୍କ କାମ । ଆତଙ୍କବାଦୀ ଆକ୍ରମଣର ଟାର୍ଗେଟ ସ୍ଥାନ ଠିକ କରିବା ଦାୟୀତ୍ୱରେ ଥିଲେ ହବିବୁର । ହବିବୁରଙ୍କୁ ରିମାଣ୍ଡରେ ନେବାକୁ ପଟିଆଲା ହାଉସ କୋର୍ଟ ଠାରେ ଏନ୍ଏଆଇ ପକ୍ଷରୁ ହୋଇଛି ଆବେଦନ ।

Comments are closed.