ଏବିପି ଛାଡିଲେ ଖାଣ୍ଡେକର ଓ ପ୍ରସୂନ ବାଜପାୟୀ

ଏବିପି ନିଉସ ଚାନେଲରୁ ମିଳିନ୍ଦ ଖାଣ୍ଡେକର ଓ ପୁଣ୍ୟ ପ୍ରସୂନ ବାଜପାୟୀଙ୍କ ବିଦାୟକୁ ନେଇ ସାମ୍ବାଦିକ ତଥା ରାଜନୀତି ମହଲରେ ଚର୍ଚ୍ଚା ଘମାଘୋଟ ହେବାରେ ଲାଗିଛି । ଚାନେଲର ସାମ୍ବାଦିକମାନେ ଏହାକୁ ଏକ ଅତ୍ୟନ୍ତ ସ୍ପର୍ଶ କାତର ଘଟଣା ଭାବରେ ବିବେଚନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛପର ବଶବର୍ତ୍ତୀ ହୋଇ ଉଭୟ ସାମ୍ବାଦିକଙ୍କୁ ଏବିପି ଛାଡିବାକୁ ପଡିଲା ବୋଲି କୁହାଯାଉଛି । ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଚନ୍ଦ୍ରମଣି କୌଶିକ ନାମ୍ନୀ ଜଣେ ଛତିଶଗଡ଼ ମହିଳା ସରକାରଙ୍କ ଜନକଲ୍ୟାଣ ଯୋଜନା ଫଳରେ ତାଙ୍କର ରୋଜଗାର ଦୁଇଗୁଣ ବଢିଥିବା କଥା କହିବା ପରେ ଏବିପିର “ମାଷ୍ଟ୍ରର ଷ୍ଟ୍ରୋକ” କାର୍ଯ୍ୟକ୍ରମରେ ଏହା ଅସତ୍ୟ ଓ ଟିଉସନ କରା ବୟାନ ବୋଲି ସାବ୍ୟସ୍ତ କରାଯାଇଥିଲା। ଶ୍ରୀ ବାଜପାୟୀ “ମାଷ୍ଟ୍ରର ଷ୍ଟ୍ରୋକ” କାର୍ଯ୍ୟକ୍ରମରେ ସଂଚାଳକ ଥିବା ବେଳେ ଶ୍ରୀ ଖାଣ୍ଡେକର ଏବିପି ନେଟୱର୍କର ପରିଚାଳନା ସମ୍ପାଦକ ଥିଲେ ।
ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାଲୋଚନା କରିଥିବାବେଳେ ଅନ୍ୟାନ୍ୟ ରାଜନେତାମାନେ ଏହାକୁ ସାମ୍ବାଦିକତା ଉପରେ ବିଜେପିର ଆକ୍ରୋଶମୂଳକ ଆକ୍ରମଣ ଭାବରେ ଅଭିହିତ କରିଛନ୍ତି ।

Comments are closed.