ଶିକ୍ଷକ ଶିକ୍ଷାନୁଷ୍ଠାନର ପ୍ରବେଶିକା ପରୀକ୍ଷା ଘୁଞ୍ଚିଲା ୧୬କୁ

ଅଲ୍ ଓଡିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରସନର ଟ୍ରକ ମାଲିକ ସଂଘ, ଘରୋଇ ବସ ମାଲିକ ସଂଘ ଓ ଟ୍ୟାଙ୍କ୍‌ଲରୀ ମାଲିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ପରିବହନ ଧର୍ମଘଟର ଡାକରା ଦିଆଯାଇଛି । ଫଳରେ ଆଜି ସକାଳ ୬ଟାରୁ ରାଜ୍ୟରେ ସମସ୍ତ ବାଣିଜ୍ୟିକ ପରିବହନ ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ଦ୍ୱାରା ଅଗଷ୍ଟ ୭ରେ ହେବାକୁ ଥିବା ଅନଲାଇନ୍ ପ୍ରବେଶିକା ପରୀକ୍ଷାକୁ ଆସନ୍ତା ୧୬ ତାରିଖକୁ ଘୁଞ୍ଚିଯାଇଛି । ପରନ୍ତୁ ଅଗଷ୍ଟ ୮ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଅନଲାଇନ ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।

Comments are closed.