ଗାନ୍ଧୀ ଫିଲ୍ମର ହେବ ଓଡ଼ିଆ ଡବିଙ୍ଗ

ହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ପାଳନ ପାଇଁ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ୧୫୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଥିବା ବେଳେ, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର କେତେକ ଅନନ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛି । ସେଥିମଧ୍ୟରେ ଅଟେନବର୍ଗଙ୍କ ପ୍ରସିଦ୍ଧ ଗାନ୍ଧୀ ଚଳଚିତ୍ରର ଓଡ଼ିଆ ଡବିଙ୍ଗ, ବିଶ୍ୱବିଦ୍ୟାଳୟ, କଲେଜ ଓ ସ୍କୁଲ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ପ୍ରତିଷ୍ଠା, ଗାନ୍ଧିଜୀ ଗସ୍ତ କରିଥିବା ଓଡ଼ିଶାର ବିଭିନ୍ନ ସ୍ଥାନର ପରିବର୍ଦ୍ଧନ ଇତ୍ୟାଦି ଅନ୍ୟତମ ।
ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ଓ ରାଜ୍ୟ ଚଳଚିତ୍ର ନିଗମ ପକ୍ଷରୁ ମିଳିତ ଭାବରେ ଗାନ୍ଧୀ ଫିଲ୍ମର ଓଡ଼ିଆ ଡବିଙ୍ଗ କରାଯିବ ବୋଲି ଜଣାଯାଇଛି ।

Comments are closed.