ବନ୍ଧୁତ୍ୱକୁ ନେଇ ୮ଟି ଚର୍ଚିତ ବଲିଓଡ ଚଳଚ୍ଚିତ୍ର

ବନ୍ଧୁତା ହେଉଛି ଏକ ନିଆରା ସମ୍ପର୍କ । ଜନ୍ମ ହେବା ପରଠାରୁ ରକ୍ତ ସମ୍ପକୀୟମାନେ ଆପଣଙ୍କ ସହ ମିଶିଥାନ୍ତି, ପରନ୍ତୁ ବନ୍ଧୁତା ଆମେ ନିଜେ ବନେଇଥାଉ । ଆପଣଙ୍କ ଜୀବନରେ ଏପରି କିଛି ଅକୁହା କଥା ଥାଏ ଯାହାକୁ ଆପଣ କେବଳ ଏକ ବନ୍ଧୁକୁ କହିପାରବେ । ସମସ୍ତଙ୍କ ଜୀବନରେ ଏପରି କେହିନା କେହି ବନ୍ଧୁ ତ ନିଶ୍ଚିତ ଥିବେ, ଯେକି ଆପଣଙ୍କ ଜୀବନର ଗତିପଥକୁ ବଦଳାଇ ସେଥିରେ ଟୁଇଷ୍ଟ ଆଣିଥିବେ । ତେବେ ବନ୍ଧୁତା ବିଷୟରେ ଯେତେ କହିଲେ ବି କମ୍ ପଡିଯିବ । ବନ୍ଧୁତାକୁ ମନେ ରଖିବାପାଇଁ ପ୍ରତିବର୍ଷ ଅଗଷ୍ଟ ୫କୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ବଲିଉଡ ଜଗତରେ ପ୍ରସ୍ତୁତ ହୋଇଥିବା ୮ଟି ସିନେମା ନିହାତି ଦେଖିବା ଦରକାର, ଯାହାକି ଆପଣଙ୍କ ବନ୍ଧୁତା ପାଇଁ ସ୍ନେହ, ପ୍ରେମ ପୁଣି ଥରେ ଭରି ଦେବ ।
୧- Sholayଜୟ ଓ ବିରୁର ବନ୍ଧୁତାକୁ ନେଇ ପ୍ରସ୍ତୁତ ହୋଇଥିବା ବଲିଉଡର ‘ସୋଲେ’ ସିନେମା କାହାକୁ ବା ଭଲ ନ ଲାଗେ । ପୁରୁଣା ସିନେମା ହେଲେ ବି ଆଜି ପର୍ଯ୍ୟନ୍ତ ତାହା ସମସ୍ତଙ୍କ ମନରେ ବନ୍ଧୁଙ୍କ ପାଇଁ ପ୍ରେମ ଭାବ ଜାଗ୍ରତ କରାଇଥାଏ ।
୨- Dil Chahta Haiଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ୩ ବନ୍ଧୁ ଯଥା-ଆକାଶ, ସିଦ୍ ଓ ସମିରଙ୍କୁ ଦେଖିବା ପାଇଁ ମିଳିବ । ଜଣେ ବନ୍ଧୁ ପାଇଁ କିପରି ନିଜର ତ୍ୟାଗ କରିବା ପାଇଁ ପଛଉ ନାହିଁ ଅନ୍ୟ ଜଣେ ବନ୍ଧୁ, ତାହା ଆପଣ ଏଥିରେ ଦେଖି ପାରିବେ ।
୩ – Zindagi Na Milegi Dobaraଜୀବନକୁ କିପରି ବିନା ବାଧାରେ ବନ୍ଧୁମାନଙ୍କ ସହିତ ଖୁସି ଖୁସି ବଂଚିବ, ତାହା ଆପଣ ଏହି ସିନେମା ଦେଖିଲେ ଜାଣିପାରିବେ । ସବୁ ଦୁଃଖକୁ ଭୁଲି ନିଜ ଜୀବନର ପ୍ରତିଟି ମୁହୁର୍ତକୁ ମନ ଭରି ଉପଭୋଗ କରିପାରିବେ । ଆଉ ତାହା କେବଳ ଜଣେ ବନ୍ଧୁ ଦ୍ୱାରା ହିଁ ସମ୍ଭବ ହୋଇ ପାରିବ ।
୪ – Rang De Basantiବଲିଉଡରେ ଏହି ସିନେମାଟି ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଏଥିରେ ବନ୍ଧୁତ୍ୱର ଏକ ବଡ ଉଦାହରଣ ଦିଆଯାଇଛି । କିପରି ଦେଶ ପାଇଁ ପ୍ରାଣ ଉତ୍ସଗ କରିଥିବା ସାଥିକୁ ନ୍ୟାୟ ପ୍ରଦାନ କରିଥିଲେ ବନ୍ଧୁମାନେ । ସିନେମାକୁ ଦେଖି କାହା ଆଖିରେ ଲୁହ ନ ଆସିଛି ବୋଲି କହି ହେବନାହିଁ ।
୫ – Angry Indian Goddessesବନ୍ଧୁତାର ମାନେ ନୁହେଁ କି, ପୁରୁଷ କେବଳ ପୁରୁଷର ବନ୍ଧୁ ଓ ନାରୀ କେବଳ ନାରୀର ବନ୍ଧୁ ହୋଇପାରିବ । ବନ୍ଧୁତା ହେଉଛି ଏକ ସ୍ନେହର ସମ୍ପର୍କ, ଯାହା ଲିଙ୍ଗ ଦେଖି ନଥାଏ । ଅସୁବିଧା ସମୟରେ ପୁରୁଷ ନାରୀର ଓ ନାରୀ ପୁରୁଷର ସାହାଯ୍ୟ ପାଇଁ ଠିଆ ହୋଇପାରିବ, ଯାହାକି ଏହି ସିନେମାରେ ଦର୍ଶା ଯାଇଛି ।
୬ – Dorଏହି ସିନେମାରେ ଦର୍ଶାଯାଇଛି କି, କିପରି ଦୁଇ ଅଜଣା ମହିଳା ନିଜର ବନ୍ଧୁତା ଆରମ୍ଭ କରି ସବୁ ସମସ୍ୟାର ସମାଧାନ କରିଛନ୍ତି । ବନ୍ଧୁତା ଦିବସରେ ଏହା ଏକ ଜ୍ୱଳନ୍ତ ଉଦାହରଣ ।
୭ – Queenକୁଇନ୍ ସିନେମାଟି ତ ସମସ୍ତେ ଦେଖିଥିବେ । ଏକୁଟିଆ ଯାତ୍ରା ଆରମ୍ଭ କରି ଜଣେ ବନ୍ଧୁ ସହାୟତରେ କଙ୍ଗନା କିପରି ଜୀବନରେ ସଫଳତା ପାଇପାରିଲେ, ତାହା ଏଥିରେ ଦର୍ଶାଯାଇଛି ।
୮ – 3 Idiotsନିଜର ଅର୍ନ୍ତନିହିତ ଗୁଣକୁ ବିକାଶ କରିବାରେ ବନ୍ଧୁମାନଙ୍କର ବଳିଦାନ କହିଲେ ନସରେ । ନିଜକୁ ଆତ୍ମନିର୍ଭରଶୀଳ କରାଇବାରେ ବନ୍ଧୁମାନେ ଯଥେଷ୍ଟ ସାହାଯ୍ୟ କରିଥାନ୍ତି । ଏହି ସିନେମା ମାଧ୍ୟମରେ ଆପଣମାନଙ୍କୁ ବନ୍ଧୁତା ବିଷୟରେ ବହୁତ କିଛି ଶିକ୍ଷା ଲାଭ କରିବା ପାଇଁ ମିଳିବ ।

Comments are closed.